ନୂଆବର୍ଷରେ ହୋଟେଲ ଷ୍ଟାଫ୍‌ଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ, ଦେଖନ୍ତୁ ଭିଡିଓ

ସେଞ୍ଚୁରିଆନରେ ବିଜୟ ହାସଲ କରିବା ପରେ ଭାରତୀୟ ଖେଳାଳିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ନୂଆବର୍ଷ ସେଲିବ୍ରେସନ କରୁଥିବା ଟିମ୍‌ ଇଣ୍ଡିଆର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶ୍ରେୟସ ଆୟର ସେୟାର କରିଛନ୍ତି। ଏଥିରେ ଶ୍ରେୟସ ଆୟର ସାଥି ଖେଳାଳି ମହମ୍ମଦ ସିରାଜଙ୍କ ସହିତ ଦକ୍ଷିଣ ଆଫ୍ରିକା ସଂଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଦୁଇ ଭାରତୀୟ ଖେଳାଳି ହୋଟେଲ ଷ୍ଟାଫଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଏହାପୂର୍ବରୁ ସେଞ୍ଚୁରିଆନରେ ଜବରଦସ୍ତ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଥିଲା। ଆର ଅଶ୍ୱିନ ମଧ୍ୟ ଏମିତି ଏକ ଭିଡିଓ ଇନଷ୍ଟାରେ ସେୟାର କରିଥିଲେ। ଏହି ଭିଡିଓରେ ସିରାଜଙ୍କ ସହିତ ଚେତେଶ୍ୱର ପୂଜାରା ନାଚୁଥିବା ନଜର ଆସିଥିଲେ।

 

View this post on Instagram

 

A post shared by Shreyas Iyer (@shreyas41)

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ଦକ୍ଷିଣ ଆଫ୍ରିକାର ଅଭେଦ୍ୟ ଗଡ଼ ଜିତିବା ପରେ ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ତିନି ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗରେ ଅଛି ଭାରତ ।

ଦ୍ୱିତୀୟ ଟେଷ୍ଟକୁ ଜିତିଲେ ଭାରତର ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ସିରିଜ୍‌ ବିଜୟ ହେବ । କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ପଡିଆକୁ ଓହ୍ଲାଇବ । ପ୍ଲେଇଂ ଇଲେଭେନ୍‌ରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯାଇପାରେ ।

 

View this post on Instagram

 

A post shared by Ashwin (@rashwin99)

ଅନ୍ୟପଟେ ଫର୍ମରେ ନଥିବା ଚେତେଶ୍ୱର ପୂଜାରାଙ୍କ ସ୍ଥାନ ନେଇପାରନ୍ତି ଶ୍ରେୟସ ଆୟର । ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଶୂନ୍‌ ଓ ଦ୍ୱିତୀୟ ଇନିଂସରେ ୧୬ ରନ୍‌ କରିଥିଲେ । ଆର୍‌ ଅଶ୍ୱିନୀଙ୍କ ପାଇଁ ରହିଛି ଆଉ ଏକ ରେକର୍ଡର ସୁଯୋଗ । ଆଉ ୬ଟି ୱିକେଟ୍‌ ନେଲେ କପିଲ୍‌ ଦେବ୍‌ଙ୍କ ରେକର୍ଡ ଭାଙ୍ଗି ଟେଷ୍ଟ ମ୍ୟାଚ୍‌ରେ ଦ୍ୱିତୀୟ ସର୍ବାଧିକ ଖେଳାଳି ଭାବେ ସ୍ଥାନ ନେବେ । ଏବେ ତାଙ୍କ ନାଁରେ ରହିଛି ୪୨୯ ଟେଷ୍ଟ ୱିକେଟ୍‌ ରେକର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.