ହଂକଂ ଆଗରେ ଭାରତ ରଖିଲା ୨୮୬ ରନର ଲକ୍ଷ୍ୟ, ୧୧ ଓଭରରେ ୬୨

ଦୁବାଇ : ଓପ୍ନର ଶିଖର ଧବନ ୧୨୦ ବଲରୁ ୧୨୭ ରନ୍ କଲେ । ଫଳରେ ଭାରତୀୟ ଦଳ ଏସିଆ କପ୍ ଚତୁର୍ଥ ମ୍ୟାଚରେ ହଂକଂ ଆଗରେ ରଖିଛି ୨୮୬ ରନର ବିଜୟଲକ୍ଷ୍ୟ । ହଂକଂ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଡାକିଥିଲା । ଆରମ୍ଭରୁ ଦୁଇ ଓପ୍ନର ଧବନ ଓ ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ଦଳୀୟ ସ୍କୋର ୪୫ ରନ୍ ହୋଇଥିବା ବେଳେ ରୋହିତ ୨୩ ରନ୍ କରି ଉଟ୍ ହୋଇଗଲେ । ଏହା ପରେ ଅମ୍ବାତି ରାୟୁଡୁ ଓ ଧବନ ଦ୍ବିତୀୟ ୱିକେଟରେ ୧୧୬ ରନ୍ ଯୋଡ଼ିଥିଲେ । ରାୟୁଡୁ ୬୦ ରନ୍ କରି ଆଉଟ୍ ହେବା ପରେ ଦୀନେଶ କାର୍ତ୍ତିକ ୩୩ ରନ୍ କରି ଧବନଙ୍କ ସହ ଆଉ ୭୯ ରନର ଭାଗିଦାରୀ କରିଥିଲେ । ୪୧ତମ ଓଭରରେ ଧବନ ଆଉଟ୍ ହୋଇଥିଲେ । ତାଙ୍କର ୧୨୭ ରନ୍ ଇନିଂସ୍ ମଧ୍ୟରେ ସେ ୧୫ଟି ଚୌକା ଓ ୨ଟି ଛକା ମାରିଥିଲେ । ଧବନଙ୍କର ଏହା ହେଉଛି ୧୪ତମ ଦିନିକିଆ ଆନ୍ତର୍ଜାତିକ ଶତକ । ପରେ ଧୋନି ମାତ୍ର ୩ଟି ବଲ୍ ଖେଳି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ଯାଇଥିଲେ । ତେବେ କୁଲଦୀପ ଯାଦବ ୨୭ ବଲରୁ ଅପରାଜିତ ୨୮ ରନ୍ କରିବା ଯୋଗୁଁ ଭାରତ ୨୮୫ ରନରେ ପହଞ୍ଚି ପାରିଥିଲା । ଏବେ ଦୁର୍ବଳ ହଂକଂ ଦଳକୁ ଓଭର ପିଛା ୫.୭ ହାରରେ ରନ୍ ସ୍କୋର କରିବାକୁ ହେବ । ଲକ୍ଷ୍ୟର ପିଛା କରି ୧୧ ଓଭର ସୁଦ୍ଧା ହଂକଂ ବିନା ଓ୍ୱିକେଟରେ ୬୦୨ ରନ୍ ସଂଗ୍ରହ କରିଥିଲା । ଓପ୍ନର ନିଜାକତ ୪୧ ଓ ଅଧିନାୟକ ଅଂଶୁମାନ ରଥ ୧୮ ରନ୍ କରି ଖେଳୁଥିଲେ ।

ସ୍କୋର : ଭାରତ- ୨୮୫/୭, ୫୦ ଓଭର (ରୋହିତ ଶର୍ମା ୨୩, ଶିଖର ଧବନ ୧୨୭, ଅମ୍ବାତି ରାୟୁଡୁ ୬୦, ଦୀନେଶ କାର୍ତ୍ତିକ ୩୩, କୁଲଦୀପ ଯାଦବ ଅପରାଜିତ ୨୮ । କିଞ୍ଚିତ ଶାହ ୩/୩୯)

  

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.