ଅନୀଲ କୁମ୍ବଲେଙ୍କ ସ୍ଥାନ ନେଲେ ସୌରଭ, ତୁଲାଇବେ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଆଉ ଏକ ଦାୟିତ୍ୱ। ସୌରଭଙ୍କୁ ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ଏହି ପଦବୀରେ ଟିମ ଇଣ୍ଡିଆର ପୂର୍ବତନ ଟେଷ୍ଟ ଅଧିନାୟକ ଅନୀଲ କୁମ୍ବଲେ ରହିଥିଲେ। କୁମ୍ବଲେ ଏହି ପଦବୀରେ ପାଖାପାଖି ୯ ବର୍ଷ ରହିଥିଲେ। କୁମ୍ବଲେ ଏହି ପଦବୀରେ ୩ବର୍ଷ ଲେଖାଏଁ ୩ଟି ଟର୍ମ ପୂରଣ କରିସାରିଛନ୍ତି। ଏବେ ସେ ଆଉ ଏହି ପଦବୀରେ ରହିପାରିବେ ନାହିଁ, ତେଣୁ ଗାଙ୍ଗୁଲିଙ୍କୁ ଏହି ପଦବୀ ମିଳିଛି।

ସୌରଭ ଗାଙ୍ଗୁଲି ଏହା ପୂର୍ବରୁ ଆଇସିସି କ୍ରିକେଟ କମିଟିରେ ଅଭର୍ଜଭର ପଦବୀରେ ରହିଥିଲେ। ଗାଙ୍ଗୁଲି ଭାରତ ପାଇଁ ୧୧୩ଟି ଟେଷ୍ଟ, ୩୧୧ ଦିନିକିଆ ଖେଳିଛନ୍ତି। ୧୧୩ଟି ଟେଷ୍ଟ କ୍ରିକେଟରେ ଗାଙ୍ଗୁଲି ୭୨୧୨ ରନ୍‌ ଏବଂ ୧୧୩୬୩ ଦିନିକିଆ ମ୍ୟାଚରେ ରନ୍‌ କରିଛନ୍ତି। କେବଳ ରନ ନୁହେଁ, ଗାଙ୍ଗୁଲି ୩୨ଟି ଟେଷ୍ଟ ଏବଂ ୧୦୦ଟି ଦିନିକିଆ ଓ୍ଵିକେଟ ନେଇଛନ୍ତି।

ନିକଟରେ ଇଣ୍ଡିଆନ୍‌ ସୁପରଲିଗ୍‌ କ୍ଲବ୍‌ ଏଟିକେ ମୋହନ ବାଗାନ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ ଗାଙ୍ଗୁଲି। ବିବାଦ ଘେରରେ ନ ପଶିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଘରେ ଜିମରେ ୱାର୍କ ଆଉଟ୍ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ସମୟରେ କାର୍ଡିଓ ଆରେଷ୍ଟ ଆଟାକ ହୋଇଥିଲା। ଡାକ୍ତର ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ।

Leave A Reply

Your email address will not be published.