ପଦରୁ ଇସ୍ତଫା ଦେଲେ ସୌରଭ ଗାଙ୍ଗୁଲି, ଅଚାନକ ପଦ ଛାଡ଼ି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ

ପଦରୁ ଇସ୍ତଫା ଦେଲେ ଗାଙ୍ଗୁଲି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆନ୍‌ ସୁପରଲିଗ୍‌ କ୍ଲବ୍‌ ଏଟିକେ ମୋହନ ବାଗାନ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ଗାଙ୍ଗୁଲି। ବିବାଦ ଘେରରେ ନ ପଶିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଟିକେ ମୋହନ ବାଗାନ୍‌ ଏଫ୍ସିର ମାଲିକ ଆର୍‌ପିଏସ୍‌ଜି ଭେଞ୍ଜର୍ସ ପ୍ରାଇଭେଟ୍‌ ଲିମିଡେଟ୍‌ ପାଖରେ ରହିଛି, ଯାହାକୁ ସୋମବାର ଦିନ ଲକ୍ଷ୍ନୌ ୭,୦୯୦ କୋଟି ଟଙ୍କାରେ ନୂଆ ଆଇପିଏଲ୍‌ ଭାବେ ଜିତିଛି।

ବୁଧବାର ଦିନ ଗାଙ୍ଗୁଲି କହିଛନ୍ତି- ମୁଁ ଇସ୍ତଫା ଦେଇ ଦେଇଛି। ଅନ୍ୟପଟେ ଏଟିକେ ମୋହନ ବାଗାନ୍‌ ଏଫ୍‌ସିର ୱେବ୍‌ ସାଇଟ୍‌ ମୁତାବକ, ନିର୍ଦ୍ଦେଶକ ମଣ୍ଡଳର ଅଧ୍ୟକ୍ଷ ଭାବେ ସଞ୍ଜୀବ ଗୋୟଙ୍କାଙ୍କ ସହ ଗାଙ୍ଗୁଲିଙ୍କ ନାଁ ମଧ୍ୟ ସୁପାରିଶ କରାଯାଇଛି।

କୋଲକାତାର ଆଗଧାଡ଼ିର କମ୍ପାନୀ ଆରପି ସଞ୍ଜୀବ ଗୋୟଙ୍କା ସମୂହ ରେକର୍ଡ ୭୦୯୦ କୋଟି ଟଙ୍କାରେ ଆଇପିଏଲରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ କିଣିଛନ୍ତି। ଏହା ପରେ ହିଁ ସୌରଭ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୨ରୁ ଲକ୍ଷ୍ନୌ ଓ ଅହମ୍ମଦାବାଦ ନୂଆ ଟିମ୍‌ ଭାବେ ଆଇପିଏଲ୍‌ରେ ଯୋଗ ଦେବେ। ସୂଚନାଯୋଗ୍ୟ ଯେ ଆଇପିଏଲ୍‌ ୨୦୨୨ରେ ମୋଟ୍‌ ୧୦ଟି ଟିମ୍‌ ରହିବେ ଓ ୭୪ଟି ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଟିମ୍‌ ଘରୋଇ ପଡ଼ିଆରେ ୭ଟି ଓ ବିରୋଧୀ ଟିମ୍‌ର ପଡ଼ିଆରେ ୭ଟି ଲେଖାଏଁ ମ୍ୟାଚ୍‌ ଖେଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.