ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା: ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା । ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ । ପରିବାରଙ୍କ ସହ ରହିବାକୁ ଚାହୁଁଛନ୍ତି । ଯେଉଁମାନେ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛନ୍ତି । ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ମ୍ୟାଚ ଖେଳି ସାରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି । ଲେଖିଛନ୍ତି, ମୋ ପରିବାର କରୋନା ସହ ଲଢ଼େଇ କରୁଛନ୍ତି । ଏଭଳି କଠିନ ସମୟରେ ତାଙ୍କ ପାଖରେ ରହିବାକୁ ଚାହୁଁଛି । ସବୁ ଠିକଠାକ୍‌ ରହିଲେ ଖୁବଶୀଘ୍ର ଆଇପିଏଲକୁ ଫେରିବି ବୋଲି କହିଛନ୍ତି । ଏହାସହ ଦିଲ୍ଲୀ କ୍ୟାପିଟାଲସ୍‌ କୁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀ କ୍ୟାପିଟାଲସ୍‌ ମଧ୍ୟ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପରିବାରଙ୍କ ଆରୋଗ୍ୟ କାମନା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.