ଇନ୍ଦୋର ଟି-୨୦ : ଭାରତ ଆଗରେ ଶ୍ରୀଲଙ୍କା ରଖିଲା ୧୪୩ ରନ୍‌ର ଟାର୍ଗେଟ୍‌

ଇନ୍ଦୋର : ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କା ଦଳ ୨୦ ଓଭର୍‌ରେ ୯ ଓ୍ଵିକେଟ୍‌ ହରାଇ କରିଛି ୧୪୨ ରନ୍‌ । ଫଳରେ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୧୪୩ ରନ୍‌ କରିବାକୁ ହେବ ।
ଟସ୍‌ ଜିତି ବିରାଟ କୋହଲି ପ୍ରଥମେ ଫିଲଡିଂ ନେଇଥିଲେ । ତାଙ୍କ ବୋଲର୍‌ମାନେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଚାଲିଥିଲେ । ତେଣୁ ଭ୍ରମଣକାରୀ ଦଳ ଅଧିକ ରନ୍‌ କରି ପାରିଲା ନାହିଁ । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଏବଂ ସାଇନି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।
ଶ୍ରୀଲଙ୍କା ପକ୍ଷରୁ ଓପ୍ନର ଗୁଣନ୍ତିକା ୨୦, ଆବିଷ୍କା ଫର୍ଣ୍ଣାଣ୍ଡୋ ୨୨ ଏବଂ ପରେରା ସର୍ବାଧିକ ୩୪ ରନ୍‌ ସ୍କୋର କରିଥିଲେ ।

SHARDUL

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.