ମ୍ୟାଚ୍‌ ପୂର୍ବରୁ ପତ୍ନୀଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି ସୂର୍ଯ୍ୟକୁମାର ଯାଦବ, ନିଜେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୨୯ ରନରେ ୬୯ ରନ୍‌ କରି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା। ସୂର୍ଯ୍ୟକୁମାର ୨୦୨୨ ଟି-୨୦ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ମଧ୍ୟରେ ଅନ୍ୟତମ। ସୂର୍ଯ୍ୟକୁମାର ଯାଦବ କୋହଲି ଏବଂ ରୋହିତ ଶର୍ମାଙ୍କ ଠାରୁ ମଧ୍ୟ ଅଧିକ ରନ୍‌ କରିଛନ୍ତି। ତେବେ ସୂର୍ଯ୍ୟକୁମାରଙ୍କୁ ଆପଣ ପଡିଆରେ ଯେତିକି ଆକ୍ଟିଭ ଦେଖନ୍ତି, ସେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ଆକ୍ଟିଭ। ସୂର୍ଯ୍ୟକୁମାରଙ୍କ ପ୍ରେମ କାହାଣୀ ବିଷୟରେ ହୁଏତ ଫ୍ୟାନ୍ସ ଜାଣିନାହାନ୍ତି। ତେବେ କ’ଣ ସୂର୍ଯ୍ୟଙ୍କ ପ୍ରେମ କାହାଣୀ ଜାଣନ୍ତୁ…

କଲେଜରେ ପଢିବା ସମୟରେ ପତ୍ନୀ ଦେବିଶା ସେଟ୍ଟୀଙ୍କୁ ପ୍ରଥମ ଥର ଦେଖା ହୋଇଥିଲା। ଏହା ପରେ ୫ ବର୍ଷ ପାଇଁ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ଡେଟ୍‌ କରିବା ପରେ ଦୁହେଁ ବିବାହ କରିଥିଲେ। ତେବେ ସୂର୍ଯ୍ୟକୁମାର ବ୍ୟାଟିଂ କରିବାର ସମସ୍ତ ଶ୍ରେୟ ନିଜ ପତ୍ନୀଙ୍କୁ ଦେଇଥାନ୍ତି। ସବୁବେଳେ ସୂର୍ଯ୍ୟକୁମାରଙ୍କୁ ସପୋର୍ଟ କରିଥାନ୍ତି ପତ୍ନୀ ଦେବିଶା।

ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଶାଙ୍କ ଜନ୍ମ ୧୯୯୩ରେ ମୁମ୍ବାଇରେ ହୋଇଥିଲା। ୨୦୧୩ ରୁ ୨୦୧୫ ଯାଏଁ ଏନଜିଓ ପାଇଁ କାମ କରୁଥିଲେ ଦେବିଶା। କଲେଜ କ୍ୟାରିଅରରୁ ଡ୍ୟାନ୍ସ କରିବାକୁ ଭଲ ପାଉଥିଲେ ଦେବିଶା। କଲେଜରେ ମଧ୍ୟ ଏକ କାର୍ଯ୍ୟକ୍ରମରେ ଦେବିଶାଙ୍କ ଡ୍ୟାନ୍ସ ଦେଖି ସୂର୍ଯ୍ୟକୁମାର ମନ ଦେଇବସିଥିଲେ। ଦୁହିଁଙ୍କ ମଧ୍ୟରେ ସେବେଠାରୁ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା।

surya
Photo credit: Haribhoomi

ସୂର୍ଯ୍ୟକୁମାର ଏକ ଇଣ୍ଟରଭ୍ୟୁରେ କହିଥିଲେ, ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ସେ କେବେ ବି ବ୍ୟାଟ୍‌ ଧରନ୍ତି ନାହିଁ। ମ୍ୟାଚ୍‌ ହେବାର ଠିକ୍‌ ଗୋଟେ ଦିନ ପୂର୍ବରୁ ନିଜ ପତ୍ନୀଙ୍କ ସହିତ ସମୟ ବିତାଇବାକୁ ଚାହାନ୍ତି ସୂର୍ଯ୍ୟକୁମାର । କେବେ ବି କ୍ରିକେଟ ବିଷୟରେ କିଛି କୁହନ୍ତି ନାହିଁ। ପତ୍ନୀଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି। କେବଳ ପତ୍ନୀ ନୁହଁନ୍ତି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଇନଷ୍ଟାଗ୍ରାମରେ ବେଶ୍‌ ଆକ୍ଟିଭ ଥାନ୍ତି। ନୂଆ ନୂଆ ମଜାଳିଆ ଭିଡିଓ କରି ପୋଷ୍ଟ କରନ୍ତି। ନିକଟରେ ସାଉଥ ଆଫ୍ରିକାରେ ଦିନିକିଆ ସିରିଜ ପାଇଁ ଯାଇଥିବା ବେଳେ ଈଶାନ କିଷନଙ୍କ ସହିତ ପୁଷ୍ପା ଫିଲ୍ମର ଗୀତରେ ଡ୍ୟାନ୍ସ କରି ଅପଲୋଡ କରିଥିଲେ। ଆଉ ଏହି ଭିଡିଓକୁ ସେୟାର କରି ସୂର୍ଯ୍ୟକୁମାର ଲେଖିଥିଲେ, ‘ମେରୀ ଅପନୀ ପୁଷ୍ପା କେ ସାଥ୍‌’। ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଶା ସେଟ୍ଟୀ ସୁବବେଳେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହିଥାନ୍ତି। ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥାଏ।

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ଏବେ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇଛି। ତା’ ଛଡା ଟି-୨୦ ବିଶ୍ୱକପ୍‌ ପାଇଁ ମଧ୍ୟ ଟିମରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି।

Also Read : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ବାଦ୍‌ ପଡିଲେ ପାଣ୍ଡ୍ୟା, ଦୀପକ ଏବଂ ସାମି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.