ଟି ୨୦ ବିଶ୍ବକପ, ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ

ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଜରିଆରେ ଭାରତ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାକୁ ପ୍ରୟାସ କରିବ । ଇଂଲଣ୍ଡ ବିପକ୍ଷ ଏହି ଅଭ୍ୟାସ ମ୍ୟାଚରେ ଉଭୟ କେ ଏଲ ରାହୁଲ ଏବଂ ଇଶାନ କିଶାନ୍‌ ପାଳି ଆରମ୍ଭ କରିବେ ବୋଲି ଆଶା କରାଯାଉଛି ।

ସେପଟେ ଭୁବନେଶ୍ୱର କୁମାର ଏବଂ ଯଶପ୍ରିତ ବୁମରା ପେସ୍‌ ବିଭାଗ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି । ଭାରତ ୩ ସ୍ପିନରଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇପାରେ । ନିକଟରେ ଆଇପିଏଲ ଖେଳି ଫେରିଥିବାରୁ ଏବେ ଦଳ ଫର୍ମରେ ରହିଛି । ଆସନ୍ତା ୨୪ରେ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ। । ବ୍ୟାଟିଂ ଲାଇନ ଅପ୍‌ରେ ଅଛନ୍ତି କେ.ଏଲ ରାହୁଲ, ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ ଏବଂ ଚୟନ କର୍ତ୍ତା ଅନୁଭବୀ ସ୍ପିନର ଆର.ଅଶ୍ୱିନୀଙ୍କ ଉପରେ ଭରସା କରିଛନ୍ତି। ଦଳରେ ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଅଲରାଉଣ୍ଡର ଅଛନ୍ତି। ହାର୍ଦ୍ଦିକ ଯଦି ନ ଖେଳନ୍ତି ତେବେ ସାର୍ଦ୍ଦୁଲ ଠାକୁର ତାଙ୍କ ସ୍ଥାନରେ ଖେଳି ପାରନ୍ତି । ଦଳରେ ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର ପ୍ଲେଇଂ ଇଲେଭନରେ ସ୍ଥାନ ପାଇଁ ଆଶା ରଖିଛନ୍ତି।

Leave A Reply

Your email address will not be published.