ବିସିସିଆଇ ଚୟନ କର୍ତ୍ତାଙ୍କ ଚିନ୍ତା, ବୋଲର୍‌ ବୁଡ଼ାଇ ଦେଉଛନ୍ତି, ଟିମ ମେନେଜ୍ମେଣ୍ଟ ସହିତ ହେବ ଆଲୋଚନା

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱ କପ ମାତ୍ର ଆଉ ୪ ସପ୍ତାହ ବାକି ରହିଲା।ଭାରତ ନିଜର ପ୍ରଥମ ମ୍ୟାଚ ତାର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଟିମ୍ ସହିତ ଖେଳିବ। ଟିମ ସିଲେକ୍ସନ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ, ଯାହାର କମାଣ୍ଡ ଭାର ସମ୍ଭାଳିବେ ରୋହିତ ଶର୍ମା। ହେଲେ ଭାରତୀୟ ଦଳରେ ବୋଲିଂ ବିପର୍ଯ୍ୟୟକୁ ନେଇ ଚୟନକର୍ତ୍ତା ଏବେ ଚିନ୍ତାରେ। ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ ମ୍ୟାଚକୁ ଆଉ ବାକି ରହିଲା ମାତ୍ର ଏକ ମାସ। ଏପଟେ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରସ୍ତୁତ ହେଉଥିବା ବେଳେ ସାମନାରେ ଅଛି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ। ଏହାରି ଭିତରେ ଭାରତର ପେସ୍‌ ବୋଲିଂ ଯେଉଁଭଳି ଭାବରେ ଅଷ୍ଟ୍ରେଲିଆ ବିରୋଧରେ ଖରାପ ପ୍ରଦର୍ଶନ କଲା ତାହା ନୈରାଶ ଜନକ।

ଉମେଶ ଯାଦବ ଦୁଇ ଓ୍ଵିକେଟ ନେଇଥିଲେ ହେଁ ସେ ଟି- ୨୦ ଦଳଳରେ ସ୍ଥାନ ପାଇ ନାହାଁନ୍ତି ଏବଂ ଅନୁଭବୀ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ଖରାପ ପ୍ରଦର୍ଶନ। ଏହା ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ରୋହିତ ଶର୍ମା ବେଶ୍‌ ଚିନ୍ତାରେ ଅଛନ୍ତି। କଙ୍ଗାରୁ ଟିମ ବିରୋଧରେ ୨୦୮ରନ୍‌ କୁ ବଞ୍ଚେଇ ନପାରିବା ଚିନ୍ତାର ବିଷୟ ହୋଇଛି। ବିସିସିଆଇର ତରଫରୁ କୁହାଯାଇଛି, ପିଚ୍‌ ବ୍ୟାଟିଂକୁ ସୁହାଇବା ପରି ଥିଲା। ଅବଶ୍ୟ ଆମେ ମାନୁଛୁ ଆମ ବୋଲରମାନେ ୨୦୮ ରନ୍‌କୁ ବଞ୍ଚେଇ ପାରିଲେ ନାହିଁ। କିନ୍ତୁ ଗୋଟିଏ ମ୍ୟାଚ୍‌କୁ ଆଧାର କରି ମ୍ୟାଚ୍‌ରୁ ବାହାର କରିଦେବା ଠିକ ହେବ ନାହିଁ। ଏହି ବିଷୟରେ ଆମେ ଟିମ ମ୍ୟାନେଜମେଣ୍ଟ ସହିତ କଥାବାର୍ତ୍ତା କରିବୁ ବୋଲି ବିସିସିଆଇ ତରଫରୁ କୁହାଯାଇଛି।

ଭାରତୀୟ ଟିମ ଅଷ୍ଟ୍ରେଲିଆ ଟିମ ବିରୋଧରେ କିଛି ପ୍ରଭାବ ଦେଖେଇ ପାରିନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ୭୧ ରନ ଏବଂ କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୬ ଓ୍ଵିକେଟ ବିନିମୟରେ ୨୦୮ ରନ କରିଥିଲା। ଭାରତୀୟ ବୋଲରଙ୍କ ନୈରାଶ ଜନକ ପ୍ରଦର୍ଶନ ପାଇଁ କଙ୍ଗାରୁ ଦଳ ୪ଟି ବଲ ପୂର୍ବରୂୁ ଜିତିନେଇଥିଲେ। ଅକ୍ଷର ପଟେଲ ୩ଟି ଓ୍ଵିକେଟ ଓ ଉମେଶ ଯାଦବ ୨ଟି ଓ୍ଵିକେଟ ନେଇଥିଲେ ହେଁ ଅନୁଭବୀ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଯଥାକ୍ରମେ ୫୨ ଓ ୪୯ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.