ଟି-୨୦ ବିଶ୍ୱକପ୍‌ ୨୦୨୧ର କାର୍ଯ୍ୟସୂଚୀ ଜାରି କଲା ଆଇସିସି, ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହିତ

ଟି-୨୦ ବିଶ୍ୱକପ୍‌ ୨୦୨୧ର ଶେଡ୍ୟୁଲ(କାର୍ଯ୍ୟସୂଚୀ) ଆଇସିସି ଜାରି କରି ଦେଇଛି। ଆସନ୍ତା ୧୭ ଅକ୍ଟୋବରରେ ହୋଷ୍ଟସ୍‌ ଓମୋନ ଓ ପପୁଆ ନ୍ୟୁଗିନୀ ମ୍ୟାଚ୍‌ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଦୁଇଟି ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଗ୍ରୁପ୍‌ ବିରେ ରାଉଣ୍ଡ-୧ ଅଧୀନରେ ହେବ। ସେହିପରି ଭାରତୀୟ ଟିମ୍‌ର ପ୍ରଥମ ମ୍ୟାଚ୍‌ ୨୪ ଅକ୍ଟୋବରରେ ପାକିସ୍ତାନ ସହିତ ହେବ।

ସେପଟେ ଏହି ଗ୍ରୁପ୍‌ରେ ସାମିଲ ସ୍କଟ୍‌ଲ୍ୟାଣ୍ଡ ଓ ବାଂଲାଦେଶ ଟିମ୍‌ ବି ୧୭ ଅକ୍ଟୋବରରେ ପରସ୍ପରକୁ ଭେଟିବେ। ଏମାନଙ୍କ ବ୍ୟତୀତ ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଓ ନାମ୍ବିବିୟା ଟିମ୍‌କୁ ଗ୍ରୁପ୍‌ ଏରେ ସାମିଲ କରାଯାଇଛି। ଗ୍ରୁପ୍‌ ଏରେ ପ୍ରଥମ ମ୍ୟାଚ୍‌ ୧୮ ଅକ୍ଟୋବରରେ ଦୁବାଇରେ ଖେଳାଯିବ।

ରାଉଣ୍ଡର ସମସ୍ତ ମ୍ୟାଚ୍‌ ୨୨ ଅକ୍ଟୋବର ସୁଦ୍ଧା ଖେଳାଯିବ। ଏହାପରେ ଗ୍ରୁପ୍‌ ଏ ଏବଂ ବିର ଦୁଇଟି ଟପ୍‌ ଟିମ୍‌କୁ ସୁପର୧୨ରେ ଜାଗା ମିଳିବ, ଯେଉଁଥିରେ ଭାରତ, ଅଷ୍ଟ୍ରେଲିଆ ଓ େଓ୍ଵଷ୍ଟଇଣ୍ଡିଜ୍‌ ଭଳି ଟିମ୍‌ ସାମିଲ ଅଛନ୍ତି। ରାଉଣ୍ଡ ୧ ଶେଷ ହେବା ପରେ ୨୩ ଅକ୍ଟୋବରରୁ ସୁପର ୧୨ ଆରମ୍ଭ ହେବ।

ସୁପର ୧୨ର ଆରମ୍ଭ ଅଷ୍ଟ୍ରେଲିଆ ଓ ସାଉଥ୍‌ ଆଫ୍ରିକା ମ୍ୟାଚ୍‌ରୁ ହେବ। ଦୁଇଟି ଟିମ୍‌ ମଧ୍ୟରେ ଏହି ମୁକାବିଲା ଆବୁଧାବିରେ ହେବ। ଏହି ଦିନ ଇଂଲଣ୍ଡ ଓ େଓ୍ଵଷ୍ଟଇଣ୍ଡିଜ୍‌ ଟିମ୍‌ ଦୁବାଇରେ ପରସ୍ପରକୁ ଭେଟିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.