ହ୍ଵାଇଟ୍‌ ବଲ୍‌ କ୍ରିକେଟ ଅଧିକ ଦିନ ଖେଳିବା ପାଇଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ରବିନ୍ଦ୍ର ଜାଡେଜା!

ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି। ଜାଡେଜା ଗତ କିଛି ଦିନ ହେଲା ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ର ୩ ଟି ଫର୍ମାଟ୍‌ରେ ସବୁଠୁ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ବ୍ୟାଟିଂ , ବୋଲିଂ ଓ ଫିଲ୍ଡିଂ ୩ଟି ଯାକ ଫର୍ମରେ ସେ ନିଜର ପ୍ରଦର୍ଶନରେ ଟିମ୍‌ ଇଣ୍ଡିଆକୁ ଅନେକ ଥର ବିଜୟ ଦେଇଛନ୍ତି। ଗତ କିଛି ଦିନରୁ ସେ ଆହତ ହୋଇଥିବା ଯୋଗୁଁ ଥରେ କିମ୍ବା ଦୁଇଥର ଟିମ୍‌ରେ ଚୟନ ହୋଇନାହାନ୍ତି।

ଖବର ମୁତାବକ, ଜାଡେଡା ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ବିଷୟରେ ଚିନ୍ତା କରୁଛନ୍ତି। ନ୍ୟୁଜିଲାଣ୍ଡର ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍‌ ସମୟରେ ଜାଡେଜା ଆହତ ହୋଇ ଟିମ୍‌ରୁ ବାହାର ହୋଇଯାଇଥିଲେ। ଏହି ଆଘାତ ହେବା ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ୍‌ରେ ମଧ୍ୟ ଭାଗ ନେଇ ପାରି ନାହାନ୍ତି । ଜାଡେଜା ହ୍ଵାଇଟ୍‌ ବଲ କ୍ରିକେଟ୍‌ରେ ଅଧିକ ସମୟ ଯାଏ ଖେଳିବା ପାଇଁ ଟେଷ୍ଟ କ୍ରିକେଟକୁ ଅଲବିଦା କହି ପାରନ୍ତି।

ଜାଡେଜା ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିଅରରେ ଭାରତ ପାଇଁ ୫୭ଟି ଟେଷ୍ଟ , ୧୬୮ ଟି ୱାନଡେ ୫୫ଟି ଟି-୨୦ମ୍ୟାଚ୍‌ ଖେଳିଛନ୍ତି । ଏହି ମ୍ୟାଚ ଗୁଡିକରେ ଜାଡେଜା ୨୧୯୫,୨୪୧୧,୨୫୬ ରନ୍‌ ରହିଛି । ଏହାସହ ସେ ୨୩୨ , ୧୮୮ଓ ୪୬ ୱିକେଟ୍‌ ସେ ୩ଟି ଫର୍ମାଟ୍‌ରେ ନେଇଛନ୍ତି । ସେ ଏକ ଟେଷ୍ଟ ଶତକ ମଧ୍ୟ କରିସାରିଛନ୍ତି । ସେପଟେ ୧୭ଥର ସେ ଟେଷ୍ଟରେ ୫୦ କରିଛନ୍ତି। ଦିନିକିଆ କ୍ରିକେଟରେ ସେ ୧୩ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.