ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଇନ୍, ମୟଙ୍କ ଆଉଟ୍

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଟେଷ୍ଟ ମ୍ଯାଚରେ ରୋହିତ ଶର୍ମା ଓ ନବଦୀପ ସଇନିଙ୍କୁ ସୁଯୋଗ ମିଳିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ବାଦ୍ ପଡିଛନ୍ତି । ଆସନ୍ତାକାଲିଠାରୁ ଏହି ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ ।

ରୋହିତ ତୃତୀୟ ଟେଷ୍ଟରେ ସ୍ଥାନ ପାଇବା ସହ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ସିଡନୀରେ ୪୩ ବର୍ଷ ପରେ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଦ୍ରୁତ ବୋଲର ନବଦୀପ ସୈନୀ ପଦାର୍ପଣ କରିବେ । ସୂଚନାଯୋଗ୍ଯ, ବର୍ତ୍ତମାନ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ମେଲବର୍ଣ୍ଣ ଟେଷ୍ଟରେ କଙ୍ଗାରୁ ଟିମକୁ ୮ ଓ୍ୱିକେଟରେ ମାତ୍ ଦେଇଥିଲା ।

ସିଡନୀ ଟେଷ୍ଟ: ଫ୍ଲାଇଙ୍ଗ ଇଲେଭେନ

ଆଜିଙ୍କ୍ଯ ରାହାଣେ, ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ନବଦୀପ ସଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.