‘କାଲା ଚଷମା’ ଗୀତରେ ଧୂଆଁଦାର ଡ୍ୟାନ୍ସ କଲେ ଟିମ୍‌ ଇଣ୍ଡିଆର ଖେଳାଳି, ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆ ଜିମ୍ବାୱେ  ବିପକ୍ଷରେ ଶେଷ ଦିନିକିଆକୁ ୧୩ ରନରେ ଜିତି ୩-୦ରେ ସିରିଜ ବିଜୟ କରିଛି। ମ୍ୟାଚ୍‌ ସହିତ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆର ଖେଳାଳି ଡ୍ରେସିଂ ରୁମରେ ଡ୍ୟାନ୍ସ କରି ବିଜୟ ଉତ୍ସବ ମନାଇଛନ୍ତି।

ଟିମ୍‌ ଜିତିବା ପରେ ଡ୍ରେସିଂ ରୁମରେ ହ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓର ଇନଷ୍ଟାଗ୍ରାମ ରିଲ୍ସ କରି ଶିଖର ଧଓ୍ଵନ ଏବଂ ଶୁଭମନ ଗିଲ୍‌ ଅଫିସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଟିମ୍‌ ଇଣ୍ଡିଆର ଖେଳାଳି କ୍ୟାଟ୍ରିନାଙ୍କ ଗୀତ ‘କାଲା ଚଷମା’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ଶିଖର ଧଓ୍ଵନ, ଈଶାନ କିଷନ ଏବଂ ଟିମ୍‌ ଇଣ୍ଡିଆର ଅନ୍ୟ ଖେଳାଳି ବଲିଉଡର ପଞ୍ଜାବୀ ପପ୍‌ ନମ୍ବର ‘କାଲା ଚଷମା’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)

ଭିଡିଓକୁ ସମସ୍ତେ ପସନ୍ଦ କରିଛନ୍ତି। କିଛି ଘଣ୍ଟାରେ ଏହି ଭିଡିଓ ୨ ମିଲିଅନରୁ ଅଧିକ ଭ୍ୟୁ ହୋଇସାରିଲାଣି। ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଦମଦାର ଡ୍ୟାନ୍ସ ଭିଡିଓ ଏବଂ ମସ୍ତି ସୋସିଆଲ ମିଡିଆରେ ଧମାଲ କରିଛି। ଜିମ୍ବାୱେ  ଉପରେ ବିଜୟ ହାସଲ କରିବା ପରେ ଟିମ୍‌ ଇଣ୍ଡିଆର ଡ୍ୟାନ୍ସ ଦର୍ଶକଙ୍କ ପାଇଁ ବେଶ୍‌ ମନୋରଂଜନ କରିଛି।

ଟିମ୍‌ ଇଣ୍ଡିଆ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୮୯ ରନ୍‌ କରିଥିଲା। ଜିମ୍ବାୱେ  ୪୯.୩ ଓଭରରେ ୨୭୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଟିମ୍‌ ଇଣ୍ଡିଆ ୧୩ ରନରେ ବିଜୟୀ ହୋଇଥିଲା। ମ୍ୟାଚ୍‌ ସହିତ ସିରିଜ ବିଜୟ କରିଥିଲା ଟିମ୍‌ ଇଣ୍ଡିଆ।

 

Also Read :  ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା: ରାହୁଲ କରୋନା ସଂକ୍ରମିତ, ଧୋନୀ ନେଇପାରନ୍ତି ଦାୟିତ୍ୱ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.