ମାଞ୍ଚେଷ୍ଟରରେ ପୁରୁଣା ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ, ୨୦୧୯ରେ ହାରିଥିଲା ବିଶ୍ୱକପ୍‌ ସେମିଫାଇନାଲ

ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ରୋମାଞ୍ଚକ ମୋଡରେ ରହିଛି। ସିରିଜର ବିଜୟ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚରୁ ଆରମ୍ଭ କରିଥିଲା। କିତୁ ଇଂଲଣ୍ଡ ଦ୍ୱିତୀୟମ୍ୟାଚକୁ ବଡ ରନ ବ୍ୟବଧାନରେ ଜିତିଥିଲା। ତେବେ ଏହି ସିରିଜ ଏବେ ୧-୧ ବରାବର ମ୍ୟାଚରେ ରହିଛି। ଆସନ୍ତାକାଲି ଶେଷ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ମାଞ୍ଚେଷ୍ଟର ଓଲଡ୍‌ ଟ୍ରାଫୋଡ ମଇଦାନରେ ହେବ।

ଟିମ୍‌ ଇଣ୍ଡିଆ ଏହି ମଇଦାରେ ଶେଷ ମ୍ୟାଚ ୨୦୧୯ରେ ଖେଳିଥିଲା। ସେତେବେଳେ ବିଶ୍ୱକପ୍‌ ମ୍ୟାଚର ମେସିଫାଇନାଲ ରହିଥିଲା। ଯେଉଁ ମ୍ୟାଚରେ ଟିମ୍‌ ଇଣ୍ଡିଆ ହାରର ସାମ୍ନାକ ରିଥିଲା। ଏହି ମଇଦାନରେ ନିଜର ଶେଷ ମ୍ୟାଚ ମହେନ୍ଦ୍ର ସିଂ ଧୋନୀ ଖେଳିଥିଲେ। ଏହି ମ୍ୟାଚ ଜିତିବାକୁ ଟିମ୍‌ ଇଣ୍ଡିଆ ପାଖରେ ମାତ୍ର ୧୨ ବଲରେ ୩୧ ରନ ଦରକାର ଥିଲା। ଧୋନୀ ମଇଦାନରେ ଥିବା ଯାଏ ସବୁକିଛି ଠିକ ଥିଲା କିନ୍ତୁ ଧୋନୀ ଆଉଟ ହେବା ପରେ ଭାରତୀୟ ଫ୍ୟାନ୍ସଙ୍କ ଆଶା ମଉଳିଯାଇଥିଲା। ଧୋନୀଙ୍କ ଆଉଟ ପରେ ଟିମ୍‌ ଇଣ୍ଡିଆ ୧୮ ରନରେ ହାରିଥିଲା। ଏବେ ଦୀର୍ଘ ୩ ବର୍ଷ ପରେ ଟିମ୍‌ ଇଣ୍ଡିଆ ପୁଣି ଏହି ମଇଦାନରେ ଖେଳିବାକୁ ଯାଉଛି।

ମାଞ୍ଚେଷ୍ଟର ଏହି ମଇଦାନରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଛି। ଏହି ମଇଦାନରେ ଟିମ୍‌ ଇଣ୍ଡିଆ ୧୧ଟି ଦିନିକିଆମ୍ୟାଚ ଖେଳିଛି, ଯେଉଁଥିରେ ୫ଟି ମ୍ୟାଚ ଜିତିଛି ଏବଂ ୬ଟି ମ୍ୟାଚ ହାରିଛି। ଇଂଲଣ୍ଡ ବିପକ୍ଷରେ ଏହି ମଇଦାନରେ ୪ଟି ମ୍ୟାଚ ଖେଳାଯାଇଛି। ଟିମ୍‌ ୧ ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ହାରିଛି। ୨୨ ଜୁନ୍‌ ୧୯୮୩ରେ ଟିମ୍‌ ମ୍ୟାଚ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.