ଏସିଆ କପ୍‌ ପୂର୍ବରୁ ରୋହିତ ବାହିନୀର ହେବ ଫିଟନେସ ଟେଷ୍ଟ, ଦୀପକ ଏବଂ ଆଭେଶ ଦେବେନାହିଁ ଟେଷ୍ଟ

ଏସିଆ କପ୍‌ ୨୦୨୨ ଅଗଷ୍ଟ ୨୭ରୁ ଦୁବାଇରେ ଆରମ୍ଭ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଓ ଆଫଗାନୀସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ୧୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ଟକ୍କର। କିନ୍ତୁ ଏସିଆ କପ୍‌ ପୂର୍ବରୁ ରୋହିତଙ୍କ ବାହିନୀର ଫିଟନେସ ଟେଷ୍ଟ ହେବ। ରାଷ୍ଟ୍ରୀୟ କି୍ରକେଟ ଏକାଡେମୀ ଏନସିଏ ଫିଟନେସ ଟେଷ୍ଟ ବାଙ୍ଗାଲୁରୁରେ କରିବ। ଖେଳାଳି ୧୮ ଅଗଷ୍ଟ ସୁଦ୍ଧା ଏନସିଏ ସେଣ୍ଟରରେ ପହଞ୍ଚିବେ। ଯାହା ପରେ ଫିଟସେନ ଟେଷ୍ଟ ହେବା ପରେ ୨୦ ଅଗଷ୍ଟରେ ଦୁବାଇ ପାଇଁ ଯିବେ।

ଦୁବାଇରେ ପହଞ୍ଚିବା ପରେ ୩ ଦିନ ପାଇଁ ଟ୍ରେନିଂ କ୍ୟାମ୍ପରେ ଭାଗ ନେବେ। ଏହାପରେ ମ୍ୟାଚ ଖେଳିବେ। ଜଣେ ବରିଷ୍ଠ ବିସିସିଆଇ ଅଧିକାରୀଙ୍କ କହିବାନୁଯାୟୀ, ଏନସିଏରେ ଟିମ୍‌ ୧୮ ଅଗଷ୍ଟରେ ଏକତ୍ରିତ ହେବା ପରେ ଫିଟନେସ ଦେବାକୁ ହେବ। ୨୦ ଅଗଷ୍ଟକୁ ଖେଳାଳି ଦୁବାଇ ପାଇଁ ବାହାରିବେ। ପାକିସ୍ତାନ ସହିତ ମ୍ୟାଚ ଖେଳିବା ପାଇଁ ଏକ ଛୋଟିଆ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ ଖେଳାଳି।

ସୂଚନାଯୋଗ୍ୟ, ପୂର୍ବରୁ ଏସିଆ କପ୍‌ ଶ୍ରୀଲଙ୍କାରେ ଆୟୋଜିତ ହେବାରେ ଥିଲା। କିନ୍ତୁ ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ଯୋଗୁଁ ମ୍ୟାଚ୍‌କୁ ୟୁଏଇକୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ଶ୍ରୀଲଙ୍କା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏହାକୁ ଆୟୋଜନ କରିବ। ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ୨୭ ଅଗଷ୍ଟକୁ ମ୍ୟାଚ ଖେଳାଯିବ। ଏହା ପର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସହିତ ୬ଟି ଟିମ୍‌ ଭାଗ ନେବ। ଭାରତ, ପାକିସ୍ତାନ ଏବଂ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟ ଜିତିଥିବା ଟିମ୍‌ ଗ୍ରୁଏ ଏରେ ସାମିଲ ହେବ। ସେହିଭଳି ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଲାଂଦେଶ ଗ୍ରୁପ ବିରେ ରହିବେ। ସବୁ ମ୍ୟାଚ ସ୍ଥାନୀୟ ସମୟ ୬ଟାରେ ଆରମ୍ଭ ହେବ।

ଜିମ୍ବାୱେ ଦିନିକିଆ ସିରିଜର ଖେଳିବା ପରେ ଆଭେଶ ଖାନ ଏବଂ ଦୀପକ ହୁଡ୍ଡା ସିଧାସଳଖ ଦୁବାଇ ଯାତ୍ରା କରିବେ। ଦୁହେଁ ଫିଟନେସ ଟେଷ୍ଟ ଏବଂ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ ନାହିଁ। ୧୫ ଜଣିଆ ଟିମକୁ ଫେରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ । ହେଲେ ଟିମରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚରେ ଦମଦାର ଫର୍ମରେ ରହିଥିଲେ । ତେଣୁ ତାଙ୍କ ଅନୁପସ୍ଥିତି ଦଳର ପ୍ରଦର୍ଶନକୁ ପ୍ରଭାବିତ କରିପାରେ । ବୁମରାଙ୍କ ସହିତ ହର୍ଷଲ ପଟେଲଙ୍କୁ ମଧ୍ୟ ଆହତ କାରଣରୁ ବାଦ ଦିଆଯାଇଛି । ଦୀପକ ଚହର, ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ ( ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆଭେଶ ଖାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.