ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ତେଜସ୍ୱିନ ଶଙ୍କର ଜିତିଲେ କାଂସ୍ୟ ପଦକ

କେନ୍ୟୁଜ୍: ତେଜସ୍ୱିନ ଜିତିଲେ କାଂସ୍ୟ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ତେଜସ୍ୱିନ ଶଙ୍କର ବୁଧବାର ପ୍ରଥମ ପଦକ ଭେଟିଦେଇଛନ୍ତି । ପୁରୁଷ ହାଇ ଜମ୍ପରେ ସେ ୨.୨୨ ମିଟର ଡେଇଁ କାଂସ୍ୟ ପଦକ ଜିତିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ହାଇ ଜମ୍ପରେ ପଦକ ଜିତିବାରେ ତେଜସ୍ୱିନ ପ୍ରଥମ ଭାରତୀୟ । ଏହା ପୂର୍ବରୁ ଲଭପ୍ରୀତ୍‌ ଓ ଗୁରୁଦୀପଙ୍କୁ ମିଳିଛି କାଂସ୍ୟ ପଦକ । ଏହି ତାଲିକା ସହ ଭାରତ ଏପର୍ଯ୍ୟନ୍ତ ୧୮ ପଦକ ହାତେଇଛି । ଏହାରି ମଧ୍ୟରେ ୫ଟି ସ୍ୱର୍ଣ୍ଣ, ୬ରୌପ୍ୟ ଓ ୭ଟି କାଂସ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.