ଥାଇଲାଣ୍ଡ: ଜଟିଳ ହେଉଛି ଉଦ୍ଧାର କାର୍ୟ୍ୟ,ଅକ୍ସିଜେନ ଅଭାବରୁ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ

thailand ଥାଇଲାଣ୍ଡ: ଗୁମ୍ଫାରେ ଫସି ରହିଥିବା ୧୨ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଉଦ୍ଧାର କାର୍ୟ୍ୟ ବେଳକୁ ବେଳ ଜଟିଳ ହେଉଛି। ପାଗ ଖରାପ ଯୋଗୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଛି। ଥାଇଲାଣ୍ଡର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବନ୍ୟା ପ୍ଲାବିତ ଗୁମ୍ଫା ଭିତରେ ଇଣ୍ଟରନେଟ ସଂଯୋଗ କରିବାକୁ ବର୍ତ୍ତମାନ ଉଦ୍ୟମ କରୁଛନ୍ତି। ଇଣ୍ଟରନେଟ୍‌ ସଂଯୋଗ ସଫଳ ହେଲେ ଫସି ରହିଥିବା ଫୁଟବଲ ଖେଳାଳିମାନେ ସେମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇପାରିବେ।

ଏହି ଅଞ୍ଚଳରେ ଆଜିଠାରୁ ୧୨ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଥାଇଲାଣ୍ଡ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ହେଲେ ଉଦ୍ଧାର କାର୍ୟ୍ୟ ସ୍ଥଗିତ ରହିବ। ଅନ୍ୟପଟେ ଅକ୍ସିଜେନ୍‌ ଅଭାବରୁ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

thailandଫସି ରହିଥିବା ପିଲାଙ୍କ ଉଦ୍ଧାର କାର୍ୟ୍ୟରେ ବିଭିନ୍ନ ଦେଶର ବିଶେଷଜ୍ଞ ଦଳ ସାମିଲ ହୋଇଛନ୍ତି। ଥାଇଲାଣ୍ଡ ନ୍ୟାଭି ଏବଂ ସେନା କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି। ପିଲାଙ୍କୁ ଉତ୍ସାହିତ କରିବାକୁ ଫିଫା ସଭାପତି ୧୩ ଜଣଙ୍କୁ ଫିଫା ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଆମନ୍ତ୍ରଣ କରିଛନ୍ତି। ଦିନ ଗଡ଼ିବା ସହ ପିଲାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ଚିନ୍ତା ବଢ଼ଛି।

ପିଲାଙ୍କୁ ଏବେ କେଭ୍‌ ଡାଇଭିଂ ପ୍ରଶିକ୍ଷଣ ଦିଆଯାଉଛି। ଏହା ସେମାନଙ୍କୁ ସାହାଯ୍ୟ କରିବ। ଗତ ୨୩ ତାରିଖ ଦିନ ଫୁଟ୍‌ବଲ୍‌ ଖେଳି ସାରି ୧୨ ଜଣ ପିଲା ସେମାନଙ୍କ କୋଚ୍‌ଙ୍କ ସହ ଗୁମ୍ଫା ଭିତରରୁ ବୁଲିବା ପାଇଁ ଯାଇଥିଲେ। କିନ୍ତୁ ଅଚାନକ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଫସିଯାଇଥିଲେ ୧୩ ଜଣ। ୯ ଦିନ ପରେ ମିଳିଥିଲା ସନ୍ଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.