ଆସନ୍ତାକାଲି ବିଶ୍ୱକପ୍‌ରେ ପ୍ରଥମ ସେମିଫାନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

କେନ୍ୟୁଜ୍ : ଆସନ୍ତାକାଲି ବିଶ୍ୱକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାନାଲ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଟିମ୍‌କୁ ଭେଟିବ । ମାଞ୍ଚେଷ୍ଟରରେ ୪୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଚଳିତ ବିଶ୍ୱକପ୍‌ରେ ଏହି ଦୁଇ ଦଳ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି । ଲିଗ୍‌ ପର‌୍ୟ୍ୟାୟରେ ହେବାକୁ ଥିବା ଦୁଇ ଦଳ ମଧ୍ୟରେ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଥିଲା । ଦୁଇ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ । ତେଣୁ ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରଥମ ଥର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ ।

semi_finalଅଭ୍ୟାସ ମ୍ୟାଚ୍‌ରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ । ସେହି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ୧୧ ବର୍ଷ ତଳେ, ୨୦୦୮ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ସେମିରେ ପରସ୍ପରକୁ ଭେଟିଥିଲେ ଭାରତ-ନ୍ୟୁଜିଲାଣ୍ଡ । ସେତେବେଳେ ଭାରତର ଅଧିନାୟକ ଥିଲେ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ ଥିଲେ କେନ୍‌ ୱିଲିଅମସନ । ଭାରତ ନ୍ୟୁଜିଲାଣ୍ଡକୁ ୩ ୱିକେଟ ହରାଇ, ଫାଇନାଲରେ ପହଞ୍ଚି ଚାମ୍ପିଅନ ହୋଇଥିଲା । ଏବେ ୧୧ ବର୍ଷ ପରେ କୋହଲି-ୱିଲିଅମସନ ନିଜ ନିଜ ସିନିଅର ଦଳର ଅଧିନାୟକ । ଉଭୟ ପରସ୍ପରକୁ ପୁଣି ଏକ ବିଶ୍ୱକପ୍‌ ସେମିରେ ଭେଟିବାକୁ ଯାଉଛନ୍ତି ।

Leave A Reply

Your email address will not be published.