କଳିିଙ୍ଗ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଫୁଟବଲ ମ୍ୟାଚ ଦେଖିଲେ ମନ୍ତ୍ରୀ-ବିଧାୟକ, ନିମନ୍ତ୍ରଣ କରିଥିଲା କ୍ରୀଡା ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଫୁଟବଲ ମ୍ୟାଚର ମଜା ଉଠାଇଲେ ବିଧାୟକ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିଲେ ବିଧାୟକ। ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲା ରାଜ୍ୟ କ୍ରୀଡା ବିଭାଗ। ସବୁଦଳର ବିଧାୟକ ଦେଖିଛନ୍ତି ଫୁଟବଲ ମ୍ୟାଚ। ମ୍ୟାଚ ଦେଖିବା ସହ କଳିଙ୍ଗ ଷ୍ଟାଡିୟମର ବିଭିନ୍ନ ଭିତ୍ତିଭୂମିକୁ ବୁଲି ଦେଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ବିଧାୟକ।

କଳିଙ୍ଗ ଷ୍ଟାଡିଅମର ଉନ୍ନତିମୂଳକ ପ୍ରକଳ୍ପକୁ ବେଶ ପ୍ରଶଂସା କରିଥିବା କହିଛନ୍ତି କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଜାତୀୟ ଓ ଅନ୍ତଜାତୀୟ କ୍ରୀଡା ଟୁର୍ଣ୍ଣାମେଣ୍ଟ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି। ଜିମ୍‌ନାଷ୍ଟିକ ଓ ଇଣ୍ଡୋର ଆକ୍ୱାଟିକ ଷ୍ଟାଡିୟମ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଆଗକୁ ଟେନିସରେ ବି ଜାତୀୟ କିମ୍ବା ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତି ଚାଲିଥିବା କହିଛନ୍ତି କ୍ରୀଡ଼ା ସଚିବ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.