ଆଜି ଭାରତ- ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଟି-୨୦ : ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ନୂଆଦିଲ୍ଲୀ : ଆଜି ଭାରତ-ନ୍ୟୁଜଲାଣ୍ଡ ଟି-ଟେ୍ଵଣ୍ଟି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ସିରିଜ ୧-୧ରେ ବରାବର ଥିବାରୁ ଆଜିର ମ୍ୟାଚ ଯିଏ ଜିତିବ ସିଏ ସରିଜକୁ କବଜା କରିବ । ଭାରତୀୟ ସମୟ ଅପରାହ୍ଣ ସାଢ଼େ ୧୨ଟାରେ ହ୍ୟାମିଲଟନ୍ରେ ଖେଳାଯିବ ମ୍ୟାଚ୍ । ଏହା ପୂର୍ବରୁ ଉଭୟ ଦଳର ଖେଳାଳି ଝାଳବୁହା ଅଭ୍ୟାସ କରିଛନ୍ତି । ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ପୂର୍ବରୁ ଭାରତ ନ୍ୟୁଜଲାଣ୍ଡରେ କେବେ ବି ଟି-୨୦ ସିରିଜ ଜିତି ନାହିଁ ।

India-vs-New-Zealand

ସେପଟେ ଦିନିକିଆରେ ଭ୍ରମଣକାରୀ ଦଳ ଠାରୁ ୪-୧ରେ ପରାସ୍ତ ହୋଇଥିବା କ୍ୱିଓ୍ଵି ଟିମ ପରାଜୟର ବଦଲା ନେବାକୁ ଚେଷ୍ଟା କରିବ । ପ୍ରଥମ ମ୍ୟାଚରେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ରୋହିତ ଆଣ୍ଡ କୋ ଅକଲାଣ୍ଡରେ ଦମଦାର ଖେଳ ଖେଳିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଦଳ ଶକ୍ତିଶାଳୀ ରହିଛି । ସେପଟେ ନ୍ୟୁଜିଲାଣ୍ଡ ଦଳ ଭଲ ଫର୍ମରେ ଥିଲେ ବି ଦଳ ବ୍ୟାଟିଂ ନେଇ ଚିନ୍ତାରେ ଅଛି । ଟିମରେ ଓ୍ଵିଲିମସନକୁ ସାମିଲ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.