ଏସିଆ କପ୍ ୨୦୨୨: ଅଗଷ୍ଟ ୧୫ରୁ ଆରମ୍ଭ ହେବ ଟିକେଟ୍‌ ବୁକିଂ; ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ୍‌ ଡିମାଣ୍ଡ ଅଧିକ

ଏସିଆ କପ୍ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି। ଏସିଆନ କ୍ରିକେଟ୍ ପରିଷଦ (ଏସିସି) ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍ ବିକ୍ରିକୁ ନେଇ ରବିବାର ଏକ ସୂଚନା ପ୍ରଦାନ କରିଛି। ଦୀର୍ଘ ସମୟର ଅପେକ୍ଷା ପରେ ଏସିସି କହିଛି କି, ଏସିଆ କପ୍ ପାଇଁ ଅଗଷ୍ଟ ୧୫ ସୋମବାରଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯିବ।

କହି ରଖୁଛୁ, ଅଗଷ୍ଟ ୨୭ରୁ ଦୁବାଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ସମସ୍ତଙ୍କ ନଜର ଅଗଷ୍ଟ ୨୮ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ ଉପରେ ରହିଛି।

ଏହି ହାଇ ଭୋଲଟେଜ୍ ମ୍ୟାଚ୍ ସମେତ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍‌ର ଟିକେଟ୍ ଅଫିସିଆଲ୍ ଟିକେଟ୍ ପାର୍ଟନର platinumlist.netରେ ଉପଲବ୍ଧ ରହିଛି। କ୍ରିକେଟ୍‌ପ୍ରେମୀମାନେ ଏହି ୱେବସାଇଟ୍ ମାଧ୍ୟମରେ ଭାରତ ବନାମ ପାକିସ୍ତାନ ସମେତ ସମସ୍ତ ମ୍ୟାଚ୍‌ର ଟିକେଟ ବୁକ୍ କରି ପାରିବେ।

ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍‌ଗୁଡ଼ିକର ସବୁବେଳେ ଅଧିକ ଚାହିଦା ରହିଥାଏ। ଆସନ୍ତା ଅକ୍ଟୋବର ୨୩ରେ MCGରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍ ପାଇଁ ମଧ୍ୟ ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି।

ଏସିସି ଅଫିସିଆଲି ଭାବେ ଘୋଷଣା କରି କହିଛି ଯେ ଏସିଆ କପ୍ ପାଇଁ ଟିକେଟ୍ ବିକ୍ରି ଅଗଷ୍ଟ ୧୫ରୁ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମର କ୍ଷମତା ପାଖାପାଖି ୨୫,୦୦୦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.