ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ପାଇଁ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ, ଦୈନିକ ଟିକେଟର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ

କରୋନା ମହାମାରୀ ବିପଦ ମଧ୍ୟରେ ଭାରତ-ଇଂଲଣ୍ଡ ଭିତରେ ଟେଷ୍ଟ ସିରିଜ ମ୍ଯାଚ ଆରମ୍ଭ ହୋଇଯାଇଛି। ଏବେ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ଯାଚ ଖେଳାଯାଉଛି। ତା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଫେବୃଆରୀ ୧୩ ରୁ ୧୭ ଯାଏଁ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି ହେବ । ପୂର୍ବରୁ ତାମିଲନାଡୁ କ୍ରିକେଟ୍ ସଂଘ ପୂର୍ବରୁ ଘୋଷଣା କରିଥିଲା ଯେ, ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବ ।

ଏ ନେଇ ତାମିଲନାଡୁ କ୍ରିକେଟ୍ ସଂଘ କହିଛି ଯେ, ଦର୍ଶକମାନଙ୍କ ପାଇଁ ticket insider.com, paytm.com ଏବଂ paytm app ଜରିଆରେ ଆଜି ସକାଳ ୧୦ଟାରୁ ଟିକେଟ୍ ଉପଲବ୍ଧ ହେବ । ଦୈନିକ ଟିକେଟର ମୂଲ୍ୟ ୧୦୦ ରୁ ୨୦୦ ଟଙ୍କା ମଧ୍ୟରେ ରଖାଯାଇଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମଧ୍ୟ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ଟେଷ୍ଟ ପରେ ଉଭୟ ଟିମ୍ ଅହମଦାବାଦ ଗସ୍ତ କରିବେ । ସେଠାରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଖେଳାଯିବ । ଫେବୃଆରୀ ୨୪ରୁ ୨୮ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଦିବା-ରାତ୍ର ମ୍ୟାଚ୍ ହେବ । ଏହା ବାଦ ମାର୍ଚ୍ଚ ୪ରୁ ୮ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଚ୍ ସ୍ବାଭାବିକ ଭାବେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.