ଆଜି ଦ୍ୱିତୀୟ ଦିନିକିଆ, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ୟୁଜ: ଆଜି ଦ୍ୱିତୀୟ ଦିନିକିଆ । ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରୋହିତ ବାହିନୀ । ତେବେ ଆଜିର ମ୍ୟାଚରେ ମଧ୍ୟ ବିରାଟ କୋହଲି ଖେଳିବା ନେଇ ସନ୍ଦେହ ଦେଖାଦେଇଛି । ମାଂସପେଶୀ ଆଘାତରୁ ସେ ମୁକୁଳି ପାରିନଥିବା ଜଣାପଡିଛି ।

ଲର୍ଡସରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଭାରତ ଟସ୍‌ ଜିତି ପୁଣିଥରେ ବୋଲିଂ ନିଷ୍ପତ୍ତି ନେଇପାରେ । ଯଶପ୍ରିତ ବୁମରାଙ୍କ ଠାରୁ ଆଉ ଏକ ଭଲ ଇନିଂସ ଅପେକ୍ଷାରେ କ୍ରିକେଟପ୍ରେମୀ । ଅନ୍ୟପଟେ ଜୋସ୍‌ ବଟଲର ଆଜିର ମ୍ୟାଚକୁ ଜିତି ସିରିଜ ବରାବର ଲକ୍ଷ୍ୟରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.