ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି୨୦, ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ର ଅଗ୍ରଣୀ ହାସଲ କରିସାରିଛି ଭାରତ

କେନ୍ୟୁଜ୍: ଆଜି ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଶେଷ ଟି-୨୦ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ର ଅଗ୍ରଣୀ ହାସଲ କରିସାରିଛି ଭାରତ । ଲଗାତର ୪ଟି ମ୍ୟାଚ୍ ଜିତି ସାରିଥିବା ଭାରତର ଲକ୍ଷ୍ୟ ଏବେ ସିରିଜକୁ ହ୍ଵାଇଟ ୱାସ୍ କରିବା । ତେଣୁ ଭାରତ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ । ଜବରଦସ୍ତ ଫର୍ମରେ ଅଛି ମେନ ଇନ ବ୍ଲୁ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କମାଲ ଦେଖାଇଛି ଟିମ୍ ଇଣ୍ଡିଆ ।

indବ୍ୟାଟିଂରେ ଶ୍ରେୟଶ ଆୟର, କେଏଲ୍ ରାହୁଲ, ଅଧିନାୟକ ବିରାଟ କୋହଲି ଭଲ ଫର୍ମରେ ଥିବା ବେଳେ ବୋଲିଂରେ ଜଶପ୍ରୀତ ବୁମ୍ରା, ଶର୍ଦୁଲ ଠାକୁର ଓ ଜାଡେଜା ନିଜ ନିଜ କମାଲ ଦେଖାଉଛନ୍ତି । ସେପଟେ ଘରୋଇ ନ୍ୟୁଜିଲାଣ୍ଡ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ । ପ୍ରଥମ ଟି-ଟେ୍ଵଣ୍ଟିକୁ ଭାରତ ୬ ୱିକେଟରେ ଜିତିଥିବାବେଳେ, ଦ୍ୱିତୀୟ ଟି-ଟେ୍ଵଣ୍ଟିକୁ ୭ ୱିକେଟରେ ଜିତିଥିଲା । ହେଲେ ତୃତୀୟ ଓ ଚତୁର୍ଥ ଟି-ଟେ୍ଵଣ୍ଟିରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ଏପରିକି ମ୍ୟାଚ୍‌ର ଫଳାଫଳ ଆସିଥିଲା ସୁପର ଓଭରରେ । ଯେଉଁଥିରେ ଭାରତ ହିଁ ବିଜୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.