ଶ୍ରୀଲଙ୍କା ପରେ ଏବେ ଭାରତ ଟାର୍ଗେଟରେ ଅଷ୍ଟ୍ରେଲିଆ, ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ତିନି ଟିକିଆ ଓ୍ଵାନଡେ ସିରିଜର ପ୍ରଥମ ମ୍ୟାଚ୍‌

ମୁମ୍ବାଇ: ଶ୍ରୀଲଙ୍କା ପରେ ଏବେ ଟାର୍ଗେଟରେ ଅଷ୍ଟ୍ରେଲିଆ । ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ତିନି ଟିକିଆ ଓ୍ଵାନଡେ ସିରିଜର ପ୍ରଥମ ମ୍ୟାଚ୍‌ । ବର୍ଷ ପ୍ରଥମରୁ ଶ୍ରୀଲଙ୍କାକୁ ପାଣି ପିଆଇବା ପରେ, ଅଷ୍ଟ୍ରେଲିଆ ସହ କେମିତି ରହିବ ଭାରତର ଲଢେଇ ତା ଉପରେ ସମସ୍ତଙ୍କ ନଜର । ବର୍ତ୍ତମାନ ସ୍ଥିତିରେ ଉଭୟ କେହି କାହାଠୁ କମ୍‌ ନୁହନ୍ତି । ସେ ଦୃଷ୍ଟିରୁ ଏକ ରୋମାଞ୍ଚକର ମୁକାବିଲା ହେବା ନେଇ ଅନୁମାନ କରାଯାଉଛି ।

ଭାରତ ମାଟିରେ ଖେଳାଯାଇଥିବା ଅଧିକାଂଶ ମ୍ୟାଚରେ ମ୍ୟାନ ଇନ୍‌ ବ୍ଲୁ ପାଇଁ ଭାରି ପଡିଛି ଟିମ୍‌ କଙ୍ଗାରୁ । ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ୱିପାକ୍ଷିକ ସିରିଜ ଖେଳାଯାଇଛି । ଯାହା ଭିତରୁ ଭାରତ ୫ଟି ଜିତିଥିବା ବେଳେ ୬ଟି ମ୍ୟାଚରେ ବାଜି ମାରିଛି ଅଷ୍ଟ୍ରେଲିଆ । ସେପଟେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଖେଳାଯାଇଛି ୧୩୭ଟି ଓ୍ଵାନଡେ । ଯାହା ଭିତରୁ ଭାରତ ଜିତିଛି ୫୦ ଓ ଅଷ୍ଟ୍ରେଲିଆ ଜିତିଛି ୭୭ଟି ମୁକାବିଲା । ୧୦ଟି ମ୍ୟାଚ୍‌ ଅମୀମାଂସିତ ରହିଛି । ଖାସ୍‌ କରି ଭାରତରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି ୬୧ ଥର । ଯେଉଁଥିରୁ ଅଷ୍ଟ୍ରେଲିଆ ଜିତିଛି ୨୯ଟି ଓ ଭାରତ ଖାତାକୁ ଆସିଛି ୨୭ଟି ବିଜୟ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.