ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍

ନୁଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଅପରାହ୍ଣ ୫ଟାରେ ୟର୍କସାୟରରେ ମ୍ୟାଚ୍ ଖେଳାଯିବ। ଆଜିର ମ୍ୟାଚ୍ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ହେବ। ଦୁଇ ଦଳ ପାଇଁ କର ବା ମର ସ୍ଥିତି। କାରଣ ବର୍ତ୍ତମାନ ସୁଦ୍ଧା ସିରିଜ୍ ୧-୧ରେ ବରାବର ରହିଛି। ପ୍ରଥମ ମ୍ୟାଚ୍ ଭାରତ କବ୍ଜା କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ବରାବର ରଖିଥିଲା ଇଂଲଣ୍ଡ। ଉଭୟ ଦଳଙ୍କ ମନୋବଳ ଦୃଢ ରହିଛି। ଆଜିର ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଅଛନ୍ତି ଦୁଇ ଦଳ। ଏହା ପୂର୍ବରୁ ଟି-ଟ୍ବେଣ୍ଟି ସିରିଜକୁ ବିରାଟ ବ୍ରିଗେଡ୍ କବ୍ଜା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.