ବିଶ୍ୱକପରେ ଆଜି ଭାରତ ସହ ଆଫଗାନିସ୍ତାନର ଲଢ଼େଇ, ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର

ସାଉଥମ୍ପଟନ୍‌: ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର। ଭାରତ ସହ ଆଫଗାନିସ୍ତାନର ଲଢ଼େଇ। ସାଉଥମ୍ପଟନ୍‌ରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ମ୍ୟାଚ୍‌ ଖେଳାଯିବ। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଦୁର୍ବଳ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇ ଦୁଇ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ। ଜବରଦସ୍ତ ଫର୍ମରେ ଅଛି ଭାରତ। ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା।

ଆଜିର ମ୍ୟାଚରେ ଆହତ ଥିବାରୁ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଖେଳି ନପାରନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ। ସେହିପରି ବିଜୟ ଶଙ୍କର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ରୁଷଭ ପନ୍ଥଙ୍କୁ ଦଳରେ ସାମିଲ କରି ପାରନ୍ତି ଅଧିନାୟକ ବିରାଟ କୋହଲି। ସେପଟେ ବିଶ୍ୱକପରେ ଷଷ୍ଠ ମ୍ୟାଚ ଖେଳୁଥିବା ଆଫଗାନିସ୍ତାନ ବିଜୟ ଖାତା ଖୋଲିବାକୁ ଭରପୁର ଚେଷ୍ଟା କରିବ। ବିଶ୍ୱକପରେ ଭାରତ-ଆଫଗାନିସ୍ତାନ ପ୍ରଥମ ଥର ଭେଟଘାଟ ହେବେ। କିନ୍ତୁ ଦିନିକିଆରେ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏ ଟାଏ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.