ବିଶ୍ୱକପରେ ହାଇଭୋଲଟେଜ୍ ଲଢ଼େଇ, ଆଜି ଓଭାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ସୁପର ସନଡେର ସୁପର ମୁକାବିଲା । ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଭାରତ ବିଶ୍ୱକପରେ ଦ୍ୱିତୀୟ ମୁକାବିଲାକୁ ଓହ୍ଲାଇବାକୁ ଥିବା ବେଳେ କଙ୍ଗାରୁ ଦଳର ଏହା ତୃତୀୟ ମ୍ୟାଚ୍।

ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଏବେ ମିଶନ୍ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ। କଙ୍ଗାରୁ ବାହିନୀକୁ ଚିତ୍ କରିବାକୁ ବ୍ଲୁପ୍ରିଣ୍ଟ କରିଛି କୋହଲି ଏଣ୍ଡ କୋ। ଓଭାଲ ଲଢ଼େଇ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ। ପୁଣି ଗର୍ଜିବ ରୋହିତଙ୍କ ବ୍ୟାଚ୍। କୋହଲି ଓ ଧୋନି ଧମାଲ ମଚେଇବେ। ବୋଲିଂରେ ଚହଳ ପକାଇବେ ବୁମରାହ ଓ ଯୁଜବେନ୍ଦର ଚହଲ। ଅଷ୍ଟ୍ରେଲିଆକୁ ଧୂଳି ଚଟେଇବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ମୈଦନାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ୍କୁ ଅପେକ୍ଷା କରିଛନ୍ତି କ୍ରୀଡ଼ାପ୍ରେମୀ। ଭାରତ ଟାଇଟଲ୍ ଫେଭରିଟ୍ ଥିବା ବେଳେ ଅଷ୍ଟ୍ରେଲିଆ ବି ନିଜ ପ୍ରଦର୍ଶନରେ ଉନ୍ନତି ଆଣିଛି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ୍ ଖେଳି ବିଜୟ ହାସଲ କରିଛି। ପ୍ରଥମ ମୁକାବିଲାରେ ଆଫଗାନିସ୍ତାନକୁ ୭ ଓ୍ଵିକେଟ ଓ ୱେଷ୍ଟଇଣ୍ଡିଜକୁ ୧୫ ରନରେ ହରାଇଛି ଦଳ। ବିଶ୍ୱକପ୍ ଟିମକୁ ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ ଫେରିଥିବା ବେଳେ ଦମଦାର ପ୍ରଦର୍ଶନ କରୁଛନ୍ତି ଫାଷ୍ଟ ବୋଲର୍ ମିଚେଲ୍ ଷ୍ଟାର୍କ। ସେହିପରି ମୁକାବିଲା କରିବାକୁ ବି ପ୍ରସ୍ତୁତ ଟିମ୍ ଇଣ୍ଡିଆ।

ଦେଶର ଦିନିକିଆ ପ୍ରଦର୍ଶନ

ଭାରତ-ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଦିନିକିଆରେ ୧୩୬ ଥର ମୁହାଁମୁହିଁ ହୋଇଥିଲେ। କଙ୍ଗାରୁ ଦଳ ୭୧ଟି ମ୍ୟାଚରେ ବିଜୟୀ ହୋଇଛି। ଭାରତ ଜିତିଛି ମାତ୍ର ୪୯ଟି ଦିନିକିଆ। ଓଭାଲରେ ୫୦ତମ ମ୍ୟାଚ୍ ବିଜୟୀ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ। ସେହିପରି ବିଶ୍ୱକପରେ ଉଭୟ ଦଳ ଖେଳିଛନ୍ତି ୧୧ଟି ମ୍ୟାଚ୍। ଅଷ୍ଟ୍ରେଲିଆ ୮ଟି ଜିତିଥିବା ବେଳେ ଭାରତ ମାତ୍ର ୩ଟି ମ୍ୟାଚରେ ବାଜି ମାରିଛି। ଦିନିକିଆରେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ପ୍ରଦର୍ଶନ ସେତେଟା ଭଲ ନାହିଁ। କିନ୍ତୁ ଗତ କିଛି ବର୍ଷ ହେବ ଟିମ୍ ଇଣ୍ଡିଆ ଆଟାକିଂ ଖେଳି ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.