ଟୋକିଓ ଅଲମ୍ପିକ୍ସ: କରୋନା ମହାମାରୀ ମଧ୍ୟରେ ଅଲମ୍ପିକ୍ସରେ ଭାରତ ପାଇଁ ନୂଆ ଆଶା

ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଆସନ୍ତାକାଲିରୁ ଖେଳ ମହାକୁମ୍ଭ ଅର୍ଥାତ୍ ଅଲମ୍ପିକର ଆୟୋଜନ ହେଉଛି। ଏହି ଅଲମ୍ପିକ ୨୦୨୦ରେ ଆରମ୍ଭ ହେବାକୁ ଥିଲା କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ କରାଯାଇଥିଲା। ଏବେ ମଧ୍ୟ କୋଭିଡ ଭୟ ଶେଷ ହୋଇନାହିଁ। ଖେଳ ହେବ କିନ୍ତୁ ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। ଏମିତି ମାମଲାରେ ଖେଳାଳିଙ୍କ ମଧ୍ୟ ଉତ୍ସାହ ରହିବ ନାହିଁ କିନ୍ତୁ ଆୟୋଜକଙ୍କୁ ବ୍ଯବସାୟିକ ଲାଭ ମିଳିବ।

ଉଦ୍‌ଘାଟନୀ ଉତ୍ସବ ପାଇଁ ଭାରତରୁ ମାତ୍ର ୬ ଜଣ ଅଫିସିଆଲ୍‌ଙ୍କୁ ଅନୁମତି ମିଳିଥିବାବେଳେ ଆଥଲେଟମାନଙ୍କୁ କ୍ୟାପ୍‌ ପିନ୍ଧିବା ବାରଣ କରାଯାଇଛି । ଭାରତର ଡେପ୍ୟୁଟି ଚିଫ୍‌-ଡି-ମିସନ ପ୍ରେମ୍‌ କୁମାର ବର୍ମା ଏ ବିଷୟରେ ସୂଚନା ଦେଇଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣକାରୀ ସବୁ ଦେଶର ୬ଜଣ ଲେଖାଏଁ ଅଫିସିଆଲ୍‌ ସାମିଲ ହୋଇ ପାରିବେ । ଆଥଲେଟମାନେ କ୍ୟାପ୍‌ ପିନ୍ଧି ପାରିବେନି । ତେଣୁ ଉଦ୍‌ଘାଟନୀ ଉତ୍ସବର ପରଦିନ ଯେଉଁ ଆଥଲେଟମାନଙ୍କର କ୍ରୀଡ଼ାସୂଚୀ ରହିଛି, ସେମାନଙ୍କୁ ଆମେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛୁ ।

ଉଦ୍‌ଘାଟନୀ ଉତ୍ସବ ରାତି ଅଧ ଯାଏଁ ଜାରି ରହିବ । ପରଦିନ କ୍ରୀଡ଼ାସୂଚୀ ଥିବା ଆଥଲେଟମାନେ ଏଥିରୁ ଦୂରେଇ ରହିବା ଭଲ ।’ ଟୋକିଓ ଅଲିମ୍ପିକ୍ସ ୨୩ ତାରିଖରୁ ଆରମ୍ଭ ହେବ । ୨୪ ତାରିଖରୁ ସୁଟିଂ, ବକ୍ସିଂ, ତୀରନ୍ଦାଜୀ, ହକି (ପୁରୁଷ ଓ ମହିଳା) କ୍ରୀଡ଼ାସୂଚୀ ରହିଛି ।

ସୂଚନାଯୋଗ୍ୟ, ଟୋକିଓ କ୍ରୀଡ଼ାରେ ଭାରତରୁ ୨୨୮ (୧୨୭ ଆଥଲେଟ୍‌) ଜଣିଆ ଦଳ ଭାଗ ନେବ । ଛଅ ଥର ବିଶ୍ୱ ଚାମ୍ପିଅନ୍‌ ଏମ୍‌ସି ମେରୀ କମ୍‌ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଉଦ୍‌ଘାଟନୀ ଉତ୍ସବ ପାଇଁ ଭାରତୀୟ ଦଳର ଧ୍ୱଜା ବାହାକ ମନୋନୀତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.