ଭାରତୀୟ ଟିମ୍‌କୁ ଆଉ ଏକ ଝଟକା, ଶାମିଙ୍କ ପରେ ଏବେ ଦଳରୁ ବାହାରିଲେ ଉମେଶ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟର ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଦୁଇଟି ମୁକାବିଲା ଶେଷ ହୋଇଛି । ଦୁଇ ବିପକ୍ଷ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ବରାବର ସ୍ଥିତିରେ ଅଛନ୍ତି । ବର୍ଡ଼ର ଗାଭାସ୍କର ଟ୍ରଫି ପାଇଁ ଖେଳାଯାଉଥିବା ଏହି ସିରିଜରେ ଖେଳାଳିମାନଙ୍କ ଅଦଳବଦଳ ଜାରି ରହିଛି । ଉମେଶ ଯାଦବଙ୍କୁ ଦଳରୁ ବାହାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଶାର୍ଦୁଳ ଠାକୁରଙ୍କୁ ନିଆଯିବା ନେଇ ସ୍ଥିର ହୋଇଛି । ମିଳିଥିବା ଖବର ଅନୁଯାୟୀ, ମାଂସପେଶୀରେ ଯନ୍ତ୍ରଣା କାରଣରୁ ତୃତୀୟ ଟେଷ୍ଟରୁ ବାହାରି ଥିବା ଉମେଶ ଚତୁର୍ଥ ଟେଷ୍ଟ ବି ଖେଳିପାରିବେ ନାହିଁ ।

କହିରଖିବା ଉଚିତ ହେବକି, ଉମେଶଙ୍କ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ଶାମି ବି ଆହତ କାରଣରୁ ସିରିଜରୁ ବାହାରି ଭାରତ ଫେରି ଆସିଛନ୍ତି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବର୍ତ୍ତମାନ ସମୟର କାର୍ଯ୍ୟନିର୍ବାହୀ କ୍ୟାପଟେନ ଅଜିଙ୍କ୍ୟ ରାହାଣେ, ବୋଲିଂ କୋଚ ଭରତ ଅରୁଣ ସିଡନୀରେ ପହଂଚିବା ପରେ ନୂଆ ଟିମ ପ୍ରସ୍ତୁତ ନେଇ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି ।

କହିରଖିବା ଉଚିତ ହେବ କି ଏଯାବତ ଶାର୍ଦ୍ଦୁଳ ୬୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସାରିଥିବା ବେଳେ ୨୦୬ ଟି ଓ୍ଵିକେଟ୍‌ ନେଇସାରିଛନ୍ତି । ୬ଟି ଅର୍ଦ୍ଦଶତକ ବି ନେଇଛନ୍ତି । ସୀମିତ ଓଭର ମ୍ୟାଚ ଗୁଡିକରେ ବି ଶାର୍ଦ୍ଦୁଳ ନିଜକୁ ଜଣେ ଭଲ ବ୍ୟାଟ୍ସ ମ୍ୟାନ ଭାବେ ବି ପ୍ରମାଣିତ କରିପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.