ଆସନ୍ତା ୧୧ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍, ଘୋଷଣା ହେଲା ଭାରତୀୟ ଦଳ

ଭୁବନେଶ୍ୱର(କେନ୍ୟୁଜ୍):  ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ଅଣ୍ଡର ସେଭେନ୍ଟିନ୍ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ୍ ଖେଳାଯିବ । ୧୧ ତାରିଖ ଦିନ ସାଢ଼େ ୪ଟାରେ ମରୋକ୍କୋ ଟିମ୍ ସହ ଅଭିଯାନ ଆରମ୍ଭ କରିବ ବ୍ରାଜିଲ୍ ଟିମ୍ । ଏଥିପାଇଁ ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଛି ବ୍ରାଜିଲ୍ ଟିମ୍ । ଗତକାଲି ବ୍ରାଜିଲ୍ ଟିମ୍ ଆସି ପହଞ୍ଚିଥିବା ବେଳେ ଆଜି ଆସିବ ମରୋକୋ ଟିମ୍  ।

ଏପଟେ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପାଇଁ ୨୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ରେ ବ୍ରାଜିଲ୍‌କୁ ଭେଟିବ ଟିମ୍ ଇଣ୍ଡିଆ ।

ମ୍ୟାଚଗୁଡ଼ିକ ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ । ଗୋଆରେ ଉଭୟ ସେମିଫାଇନାଲ୍‌ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍‌ ଅକ୍ଟୋବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ । ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ୱର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.