ରିଷଭ୍‌ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ କଡ଼ା ଜବାବ! କହିଲେ, ‘ଛୋଟ ଭାଇ କେବଳ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌’

ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ। ଏବେ ଉର୍ବଶୀ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ ପନ୍ତଙ୍କ ନାମ ନ ନେଇ ତାଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଉର୍ବଶୀ ପୋଷ୍ଟ୍‍ କରିଛନ୍ତି କି, ‘ଛୋଟ ଭାଇ କେବଳ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌। ମୁଁ କୌଣସି ମୁନ୍ନି ନୁହେଁ ଯେ ବଦ୍‌ନାମ ହୋଇଯିବି, ତାହା ବି କିଡୋ ଡାର୍ଲିଂ (ଛୋଟ ପିଲା) ତୁମ ପାଇଁ। ରକ୍ଷା ବନ୍ଧନ ଶୁଭେଚ୍ଛା ଆର୍‌ପି ଛୋଟ ଭାଇ। କୌଣସି ଶାନ୍ତ ଝିଅର ଫାଇଦା ଉଠାଇବା ଉଚିତ୍‌ ନୁହେଁ’।

urvashi
photo: amarujala

କହି ରଖୁଛୁ, ନିକଟରେ ସୋସିଆଲ ମିଡିଆରେ ଉର୍ବଶୀ ରୌତେଲାଙ୍କ ଇଣ୍ଟରଭ୍ୟୁର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ସେଥିରେ ଉର୍ବଶୀ ‘ମିଷ୍ଟର ଆର୍‌ପି’ ନାଁ ବାରମ୍ବାର ଧରିବା ସହିତ ଉଭୟଙ୍କ ଭିତରେ ସମ୍ପର୍କ ଭାଙ୍ଗିବାର ପୂରା କାହାଣୀ ବଖାଣିଥିଲେ। ଏହାପରେ ସୋସିଆଲ ମିଡିଆରେ ଦାବି କରାଯାଇଥିଲା କି, ମିଷ୍ଟର ଆର୍‌ପି ଆଉ କେହି ନୁହଁନ୍ତି, ବରଂ ରିଷଭ୍‌ ପନ୍ତ। ଏହା ପରେ ପରେ ରିଷଭ୍‌ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଉର୍ବଶୀଙ୍କୁ କଡ଼ା ଜବାବ ଦେଇଥିଲେ। ଯଦିଓ ଏହାର କିଛି ମିନିଟ୍‌ ପରେ ସେ ଏହାକୁ ଡିଲିଟ୍‌ କରି ଦେଇଥିଲେ।

ଇନ୍‌ଷ୍ଟାଗ୍ରାମରେ ରିଷଭ୍ ଲେଖିଥିଲେ ଯେ ‘କିଛି ଲୋକ ଇଣ୍ଟରଭ୍ୟୁରେ କେବଳ ମଜା ପାଇଁ ମିଛ କହି ଦିଅନ୍ତି, ଯେପରି ଅଲଗା ଅଲଗା ହେଡ୍‌ଲାଇନ୍ସ ମିଳି ପାରିବ ଏବଂ ସେମାନେ ନ୍ୟୁଜ୍‌ରେ ରହି ପାରିବେ। ଦୁଃଖ ଲାଗିଥାଏ, ଲୋକେ ଫେମ୍ ପାଇଁ ଏତେ ଭୋକିଲା କେମିତି ଅଛନ୍ତି’।

pant
photo: Zee News

ରିଷଭ୍ ପନ୍ତ ଉର୍ବଶୀ ରୌତେଲାଙ୍କ ଉପରେ କ୍ରୋଧ ପ୍ରକାଶ କରି କହିଥିଲେ, ‘ମୋ ପିଛା ଛାଡ଼ିଦିଅ ଭଉଣୀ। ମିଛର ବି କିଛି ସୀମା ଥାଏ’। ଆଉ ଏବେ ଉର୍ବଶୀଙ୍କ ପୋଷ୍ଟରେ ଲୋକେ କମେଣ୍ଟ କରି ଉଭୟଙ୍କୁ ପରିହାସ କରୁଛନ୍ତି। ମିଡିଆ ରିପୋର୍ଟରେ ଦାବି କରାଯାଉଛି କି, ପୂର୍ବରୁ ପନ୍ତ ଓ ଉର୍ବଶୀ ରିଲେସନଶିପ୍‌ରେ ଥିଲେ। ୨୦୧୯ରେ ରିଷଭ୍ ପନ୍ତ ଓ ଉର୍ବଶୀ ରୌତେଲାଙ୍କୁ ଜୁହୁର ଏକ ହୋଟେଲରେ ଲେଟ୍ ନାଇଟ୍ ଡିନର ଡେଟ୍‌ରେ ଯାଉଥିବାର ଦେଖାଯାଇଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

କିନ୍ତୁ ପରେ ଖବର ଆସିଥିଲା ଯେ ଉର୍ବଶୀ ଓ ରିଷଭ୍ ପନ୍ତଙ୍କ ରାସ୍ତା ଅଲଗା ହୋଇଯାଇଛି ଏବଂ ପନ୍ତ୍ ଉର୍ବଶୀଙ୍କୁ ହ୍ଵାଟସ୍ଆପରେ ବ୍ଲକ୍ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.