ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶଙ୍କ ବେକରେ ବାଜିଲା ବଲ୍‌, ପଡିଆରୁ ଆମ୍ବୁଲାନ୍ସ ଯୋଗେ ଗଲେ ହସପିଟାଲ

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶ ଆୟର କ୍ରିକେଟ ଖେଳିବା ସମୟରେ ଗୁରୁତର ଆହତ ହୋଇଛନ୍ତି। ଦିଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନରୁ ଖେଳୁଥିବା ଆୟରଙ୍କ ବେକରେ ବଲ୍‌ ବାଜିବା ଯୋଗୁଁ ପଡିଆ ମଝିରେ ଗୁରୁତର ଆହତ ହୋଇଥିଲେ। ଆହତ ହେବା ସଙ୍ଗେ ସଙ୍ଗେ ତାଙ୍କ ଆମ୍ବୁଲାନ୍ସ ଯୋଗେ ହସପିଟାଲ ନିଆଯାଇଥିଲା।

ଦିଲୀପ ଟ୍ରଫି ଖେଳୁଥିବା ସମୟରେ ୱେଷ୍ଟ ଜୋନର ଖେଳାଳି ଚିନ୍ତନ ଗାଜାଙ୍କ ବଲରେ ଆହତ ହୋଇଥିଲେ। ବଲ୍‌ ତାଙ୍କ ବେକରେ ବାଜିବାମାତ୍ରେ ପଡିଆ ମଝିରେ ପଡିଯାଇଥିଲେ ଭେଙ୍କଟେଶ। ଦିଲୀପ ଟ୍ରଫିର ଦ୍ୱିତୀୟ ଦିନରେ ଏପରି ଘଟଣା ଘଟିଛି। ଏହି ମ୍ୟାଚ୍‌ ୱେଷ୍ଟ ଜୋନ ଏବଂ ସେଣ୍ଟ୍ରାଲ ଜୋନ ମଧ୍ୟରେ କୋୟମ୍ବାଟୁରର ଏସଏନଆର କଲେଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା। ତେବେ ଭେଙ୍କେଟେଶ ବ୍ୟାଟିଂ କରିବା ବେଳେ ନୁହେଁ ବରଂ ଚିନ୍ତନ ଗାଜାଙ୍କ ବଲ ଥ୍ରୋ କରିବା ସମୟରେ ଆହତ ହୋଇଛନ୍ତି।

ବ୍ୟାଟିଂ କରୁଥିବା ସମୟରେ ଭେଙ୍କଟେଶ ଆୟର ପ୍ରଥମ ବଲରେ ଛକା ମାରିଥିଲେ। ତା ପର ବଲରେ ଭେଙ୍କଟେଶ ସିଧା ସଟ୍‌ ଖେଳିଥିଲେ। ଏହି ସମୟରେ ତାଙ୍କ ବଲ ଗାଜା ଧରିଥିଲେ ଆଉ ଷ୍ଟମ୍ପକୁ ଥ୍ରୋ କରିଥିଲେ। ଏହି ବଲ୍‌ ଭେଙ୍କଟେଶଙ୍କ ବେକରେ ବାଜିଥିଲା। ବଲ ବାଜିବା ପରେ ପଡିଆରେ ପଡିଯାଇଥିଲେ। ତାଙ୍କୁ ପଡିଆ ମଝିରୁ ଆମ୍ବୁଲାନ୍ସ ଡାକି ହସପିଟାଲକୁ ପଠାଯାଇଥିଲା। ତେବେ ଆୟର ହସପିଟାଲ ଯିବାର କିଛି ମିନିଟ୍‌ ପରେ ଫେରି ଆସି ପୁଣି ବ୍ୟାଟିଂ କରିଥିଲେ। ସେ ହସପିଟାଲରୁ ଫେରିବା ପରେ ୧୪ ରନ୍‌ର ଇନିଂସ ଖେଳିଛନ୍ତି।

ସୂଚନାଯୋଗ୍ୟ, ଅଲରାଉଣ୍ଡର ଭେଙ୍କଟେଶ ଆୟର ୨୦୨୧ରେ କୋଲକଲା ନାଇଟ ରାଇଡର୍ସରେ ଖେଳି ଆଇପିଏଲରେ ଓପନିଂ କରିଥିଲେ। ଆଇପିଏଲରେ ତାଙ୍କ ବୋଲିଂ ଏବଂ ବ୍ୟାଟିଂ ଧମାକା କରିଥିଲା। ତାଙ୍କ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବିକଳ ବୋଲି କୁହାଯାଏ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ବିଶ୍ୱକପ ପାଇଁ ଟିମ୍‌ ଚୟନ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା ହୋଇଛି। ଏହି ସିରିଜ ପାଇଁ ବାଦ୍‌ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାର। ଉଭୟ ସିରିଜ୍‌ ଏବଂ ଟି-୨୦ ବିଶ୍ବକପ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତ । ଅଷ୍ଟ୍ରେଲିଆ ଗସ୍ତରେ ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି । ଦୁଇଟି ଯାକ ସିରିଜ ପାଇଁ ପନ୍ତ ଏବଂ କାର୍ତ୍ତିକ ଉଭୟଙ୍କୁ ସ୍ଥାନ ମିଳିଛି ।

Also Read : ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚ୍ ଭାବେ ନିଯୁକ୍ତ ହେଲେ ମାର୍କ ବାଉଚର, କିଛିଦିନ ତଳେ ଦକ୍ଷିଣ ଆଫ୍ରିକା ଟିମରୁ ଦେଇଥିଲେ ଇସ୍ତଫା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.