ବିବାଦରେ ବିନୋଦ କାମ୍ବଲୀ : ଅଙ୍କିତ୍ ତିୱାରୀଙ୍କ ବାପାଙ୍କୁ ମାରପିଟ୍ ଅଭିଯୋଗରେ କ୍ରିକେଟରଙ୍କ ବିରୋଧରେ ମାମଲା ରୁଜୁ

Vinod kamliମୁମ୍ବାଇ : ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ । ମାରପିଟ ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମୁମ୍ବାଇର ଏକ ପରିବାର । ଘଟଣାଟି ହେଉଛି ରବିବାରର । କାମ୍ବଲୀଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ ମାରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଅଭିଯୋଗକାରୀ ହେଉଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ଅଙ୍କିତ୍ ତିୱାରୀଙ୍କ ବାପା ରାଜେନ୍ଦ୍ର ତିୱାରୀ ।

ରାଜେନ୍ଦ୍ରଙ୍କ ଅଭିଯୋଗ ମୂତାବକ ଆଣ୍ଡ୍ରିଆଙ୍କ ଶରୀରରେ ତାଙ୍କ ହାତ ଅଜାଣତରେ ବାଜି ଯାଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇଆଣ୍ଡ୍ରିଆ ତାଙ୍କୁ ମାଡ ମାରିଥିଲେ । ଏପରିକି ଯୋତା ଖୋଲି ମାଡ ମାରିବାକୁ ଯାଉଥିଲେ । କାମ୍ବଲୀଙ୍କୁ ଏନେଇ ଅଭିଯୋଗ କରିବା ପରେ ସେ ମଧ୍ୟ ରାଜେନ୍ଦ୍ରଙ୍କୁ ଧକ୍କା ଦେବା ସହ ଅସଭ୍ଯ ଭାଷାରେ ଗାଳିଗୁଲଜ କରିଥିଲେ । ଘଟଣା ସମୟରେ ରାଜେନ୍ଦ୍ରଙ୍କ ସହ ତାଙ୍କ ପୁଅ ଅଙ୍କୁର ଏବଂ ନାତୁଣୀ ମଧ୍ୟ ଥିଲେ । ତେବେ ଘଟଣା ପରେ ପୋଲିସରେ ଅଭିଯୋଗ କରିଛନ୍ତି ରଜେନ୍ଦ୍ରଙ୍କ ପରିବାର  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.