ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବାକୁ ପୁଣି ଆଗେଇ ଆସିଲେ କୋହଲି ଓ ଅନୁଷ୍କା, ଦେଲେ ଏତେ ଟଙ୍କା

ବର୍ତ୍ତମାନ ସାରା ଦୁନିଆ କରୋନା ଭାଇରସ ଭଳି ଭୟଙ୍କର ମହାମାରୀ ଦେଇ ଗତି କରୁଛି। ଏହି ଭାଇରସ ଯୋଗୁ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରିକେଟରମାନେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ପୁଣି ଯୋଡ଼ି ହୋଇଛନ୍ତି ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା।

বিরুশকার দ্বিতীয় বিবাহোত্তর ...

ପୂର୍ବରୁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଥିବା ବିରାଟ ଓ ଅନୁଷ୍କା ଏବେ ପୁଣିଥରେ ମୁମ୍ବାଇ ପୋଲିସ କଲ୍ୟାଣ ପାଇଁ ଯୋଗଦାନ କରିଛନ୍ତି। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଶନିବାର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ ଟ୍ୱିଟ କରି କହିଛନ୍ତି ଯେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ଅନୁଷ୍କା ଶର୍ମା କରୋନା ମଧ୍ୟରେ ପୋଲିସ କଲ୍ୟାଣ ପାଇଁ ପାଞ୍ଚ ପାଞ୍ଚ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଯାଏଁ ପ୍ରାୟ ୬୦ ହଜାର ମାମଲା ସାମ୍ନାକୁ ଆସିଛି। ସେହିପରି ୧୯୮୧ ଲୋକଙ୍କ ଜୀବନ ଯାଇଥିବା ଜଣାଯାଇଛି।

Leave A Reply

Your email address will not be published.