ହୃଦୟ ଜିତିଲା ଟିମ୍‌ ଇଣ୍ଡିଆ, ଦ୍ରାବିଡ ଏବଂ କୋହଲି ସୁରଙ୍ଗା ଲକମଲଙ୍କୁ ଡ୍ରେସିଂ ରୁମରେ ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଦୁହେଁ ଶ୍ରୀଲଙ୍କା ଖେଳାଳି ସୁରଙ୍ଗା ଲକମଲଙ୍କୁ କ୍ରିକେଟ କ୍ୟାରିଅର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୁରଙ୍ଗା ଲକମଲ ଭାରତ ବିରୋଧରେ ଶେଷ ସିରିଜ ଖେଳିବେ ବୋଲି। ତେଣୁ ଦ୍ରାବିଡ ଏବଂ କୋହଲି ଡ୍ରେସିଂ ରୁମରେ ଶୁଭେଚ୍ଛା ଜଣାଇଛନ୍ତି। ବିସିସିଆଇ ଏହାର ଭିଡିଓ ସେୟାର କରିଛି।

ଶ୍ରୀଲଙ୍କା ବୋଲର ସୁରଙ୍ଗା ଲକମଲ ଭାରତ ବିପକ୍ଷ ଟେଷ୍ଟ୍ ସିରିଜ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ । ଲକମଲ ଶ୍ରୀଲଙ୍କା ତରଫରୁ ୭୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ସେ ୩୬.୪୪ ଆଭରେଜରେ ୧୭୧ ଓ୍ୱିକେଟ୍ ହାସଲ କରିଛନ୍ତି । ତାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବ ।

ସୂଚନାଯୋଗ୍ୟ, ମ୍ୟାଚରେ ଭାରତ ୩୦୩ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ପ୍ରଥମ ପାଳିରେ ୧୪୩ ରନ୍ ଆଗରେ ଥିବା ଭାରତ ଶ୍ରୀଲଙ୍କାକୁ ୪୪୭ ରନ୍ର ଟାର୍ଗେଟ୍ ଦେଇଛି । ତେବେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିବା ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ୩ ଓ୍ଵିକେଟ ହରାଇ ୧୦୦ ରନ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.