ଈଶାନ୍ତଙ୍କ ବ୍ୟାଗ୍‌ ଦେଖି ଲୋଭ କଲେ କୋହଲି, ବ୍ୟାଗ୍‌ ଚୋରାଇ ନେବାକୁ ମନ ବଳାଇଲେ

ଭାରତୀୟ କ୍ରିକେଟ ନୁହେଁ ବରଂ ବିଶ୍ୱ କ୍ରିକେଟରେ ବିରାଟ କୋହଲି ହେଉଛନ୍ତି ସବୁଠାରୁ ଧନୀ କ୍ରିକେଟର। ତଥାପି ତାଙ୍କ ପାଖରେ ଈଶାନ୍ତ ଶର୍ମାଙ୍କ ଭଳି ବ୍ୟାଗ ନାହିଁ। ଯେଉଁଥି ପାଇଁ ଈଶାନ୍ତଙ୍କ ବ୍ୟାଗ୍‌ ଦେଖି ତାକୁ ଚୋରି କରିବାକୁ ମନ ବଳାଇଛନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟ ଟିମ୍‌ ସାଉଥ ଆଫ୍ରିକା ଟୁର ପାଇଁ ଯିବା ବେଳେ ବିରାଟଙ୍କ ନଜର ଈଶାନ୍ତଙ୍କ ବ୍ୟାଗ୍‌ରେ ପଡିଥିଲା। ଯାହାକୁ ଦେଖି କୋହଲି ତାଜୁବ ହୋଇଯାଇଥିଲେ। ଆଉ ସେଇ ବ୍ୟାଗକୁ ନେଇ କେଉଁଆଡେ ଛୁଟି ମନାଇବାକୁ ଯିବାକୁ ଇଚ୍ଛା କରିଥିଲେ।

ଚାଟାର୍ଡ ଫ୍ଲାଇଟରେ ସାଉଥ ଆଫ୍ରିକା ଟୁର ଗସ୍ତ କରିଛି ଭାରତୀୟ କ୍ରିକେଟ ଟିମ୍‌। ଏହି ଯାତ୍ରା ସମୟରେ ସମସ୍ତ ଖେଳାଳି ପରସ୍ପର ସହିତ ଥଟାମଜା କରିବାର ନଜର ଆସିଥିଲେ। ବିସିସିଆଇ ସହିତ ମତଭେଦ ପରେ ମଧ୍ୟ ବିରାଟ କୋହଲି ହସ ମଜାକ ମୁଡରେ ନଜର ଆସିଥିଲେ। ଖାସ୍‌ କରି ବିରାଟ ସବୁଠାରୁ ଅଧିକ ଈଶାନ୍ତ ଶର୍ମାଙ୍କ ସହିତ ଲାଗିଥିଲେ। ଈଶାନ୍ତଙ୍କ ସହିତ ଲାଗିବା ସମୟରେ ବିରାଟ ଈଶାନ୍ତଙ୍କ ବ୍ୟାଗ ଦେଇଥିଲେ। ବ୍ୟାଗ୍‌ ଦେଖି ବିରାଟ୍‌ କହିଥିଲେ, ‘ଏହାକୁ କହନ୍ତି ବ୍ୟାଗ୍‌’।

ଆହୁରି ମଧ୍ୟ କହିଛନ୍ତି, ଏ ପିଲା ଏବେ ଦୁନିଆର କୌଣସି ସ୍ଥାନକୁ ମଧ୍ୟ ଫେରାର ହୋଇଯାଇପାରେ। ଏହି ବ୍ୟାଗରେ ଯାହା ଦରକାର ସବୁକିଛି ରହିଛି। ଏମିତି ବ୍ୟାଗ୍‌ ମୁଁ ପୂର୍ବରୁ ଦେଖିନାହିଁ। ଏହି ବ୍ୟାଗ୍‌ ନେଇ ଯେକେହି ମଧ୍ୟ ଦୁନିଆର ଯେକୌଣସି ସ୍ଥାନକୁ ଛୁଟି ମନାଇବାକୁ ଯାଇପାରେ।

ଈଶାନ୍ତ ଶର୍ମା ସାଉଥ ଆଫ୍ରିକା ଟୁର ପାଇଁ ଭାରତୀୟ ଟେଷ୍ଟ କ୍ରିକେଟ ଟିମରେ ରହିଛନ୍ତି। ସାଉଥ ଆଫ୍ରିକାରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳ ହେବ। ୨୬ ଡିସେମ୍ବରରୁ ସେଞ୍ଚୁରିଆନରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ। ସେପଟେ ଈଶାନ୍ତ ଶର୍ମା ଗତ କିଛିଦିନ ହେଲାଣି ଖରାପ ଫର୍ମରେ ଚାଲିଛନ୍ତି। ସାଉଥ ଆଫ୍ରିକା ଟୁରରେ ଯିବା ପୂର୍ବରୁ ତାଙ୍କ ପାଇଁ ମୁସ୍କିଲ ବଢିଥିଲା। ଯଦି ଏବେ କିଛି ଏପରି ନ କରନ୍ତି, ତେବେ ତାଙ୍କ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡିପାରେ।

ସେହିପରି ବିରାଟଙ୍କ ପାଖରେ ସାଉଥ ଆଫ୍ରିକାରେ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଭାରତ ଆଜି ପର୍ଯ୍ୟନ୍ତ ସାଉଥ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିନାହିଁ। ତେଣୁ ବିରାଟ ଯଦି ସିରିଜ ଜିତିଯାଆନ୍ତି, ତେବେ ସମସ୍ତ ସମାଲୋଚକଙ୍କ ମୁହଁ ଆପେ ଆପେ ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.