ଏହି ଅଷ୍ଟ୍ରେଲିଆ କୁନି ପ୍ରଶଂସକଙ୍କୁ ଟେଷ୍ଟ ଜର୍ସି ଉପହାର ଦେଲେ ବିରାଟ, ଇନଷ୍ଟାରେ ଫଟୋ ସେୟାର କଲେ ୱାର୍ଣ୍ଣର

ବିରାଟ କୋହଲିଙ୍କ ଫ୍ଯାନ କେବଳ ଭାରତରେ ନୁହନ୍ତି ବରଂ ପୁରା ଦୁନିଆରେ ରହିଛନ୍ତି। ଏବେ ଲିଷ୍ଟରେ ଏକ ନୂଆ ପ୍ରଶଂସକ ଯୋଡି ହୋଇଯାଇଛନ୍ତି। ସେହି ପ୍ରଶଂସକଙ୍କ ଜଣକ ଆଉ କେହି ନୁହେଁ ବରଂ ଅଷ୍ଟ୍ରେଲିଆ ବ୍ଯାଟ୍ସମ୍ଯାନ ଡେଭିଡ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ରେ। ଏଥିପାଇଁ ବିରାଟ କୋହଲି ନିଜର ଟେଷ୍ଟ ଜର୍ସି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ ଓ୍ବାର୍ଣ୍ଣରଙ୍କ ଝିଅଙ୍କୁ ଉପହାର ଦେଇଛନ୍ତି। ଏହାକୁ ନେଇ ୱାର୍ଣ୍ଣର ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି।

ଫଟୋରେ ଓାର୍ଣ୍ଣରଙ୍କ ଝିଅ କୋହଲିଙ୍କ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି। ବିରାଟ କୋହଲି ଆଡିଲେଡ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ପରେ ଭାରତ ଫେରିଆସିଥିଲେ। କୋହଲିଙ୍କ ଅଧିନାୟିକତ୍ବରେ ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚ୍ ହାରିଥିଲା। ଦ୍ବିତୀୟ ପାଳିରେ ଟିମ୍ ଇଣ୍ଡିଆ କେବଳ ୩୬ ରନ୍ କରିପାରିଥିଲା। ପରେ ରାହାନେଙ୍କ ଅଧିନାୟିକତ୍ବରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ କବଜା କରିଥିଲା। ଡେଭିଡ ଓ୍ବାର୍ଣ୍ଣରଙ୍କ ଝିଅ ବିରାଟ କୋହଲିଙ୍କ ବହୁତ ବଡ଼ ଫ୍ୟାନ୍। କୋହଲି ନିଜର ଏହି କୁନି ପ୍ରଶଂସକକୁ ଉପହାର ସଦୃଶ ନିଜର ଟେଷ୍ଟ ଜର୍ସି ଦେଇଛନ୍ତି। ଓ୍ବାର୍ଣ୍ଣରଙ୍କ ଝିଅ କୋହଲିଙ୍କ ଜର୍ସି ପିନ୍ଧିଥିବା ବି ଦେଖିବାକୁ ମିଳିଛି।

 

View this post on Instagram

 

A post shared by David Warner (@davidwarner31)

ଫଟୋ ସେୟାର କରି ଓ୍ବାର୍ଣ୍ଣର ଲେଖିଛନ୍ତି, ‘ମୋତେ ଜଣାଅଛି ଆମେ ଟେଷ୍ଟ ସିରିଜ୍ ହାରିଛୁ, କିନ୍ତୁ ଆମ ପାଖରେ ବହୁତ ଖୁସି ଥିବା ଜଣେ ଝିଅ ଅଛି। ବିରାଟ କୋହଲି ଆପଣଙ୍କୁ ଧନ୍ୟବାଦ ଏହି ପ୍ଲେଇଂ ଜର୍ସି ପାଇଁ। ଇଣ୍ଡିକୁ ଏହା ବହୁତ ପସନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.