‘ମ୍ୟାଚ୍‌ ଜିତାଇ ଚାଲିଗଲେ…’ ଟି-୨୦ରେ କ୍ୟାପ୍‌ଟେନ୍‌ କୋହଲିଙ୍କୁ ବିଜୟୀ ବିଦାୟ; ଇମୋସନାଲ ହେଲେ ଫ୍ୟାନ୍‌

ଟି-୨୦ ବିଶ୍ୱକପ୍‌ରେ ଭାରତ ସୋମବାର ନିଜ ଶେଷ ମ୍ୟାଚ୍‌ ଖେଳିଛି ଓ ନାମିବିଆ ବିପକ୍ଷରେ ବିଜୟ ଲାଭ କରିଛି। ଟି-୨୦ ଫର୍ମାଟରେ କ୍ୟାପ୍‌ଟେନ୍‌ ଭାବେ ବିରାଟ କୋହଲିଙ୍କର ମଧ୍ୟ ଏହା ଶେଷ ମ୍ୟାଚ୍‌ ଥିଲା, ଯେଉଁଥିରେ ସେ ବିଜୟ ଲାଭ କରିଛନ୍ତି। ଭାରତୀୟ ଟିମ୍‌ ଟି-୨୦ ବିଶ୍ୱ କପ୍‌ ଜିତି ନଥିଲେ ମଧ୍ୟ ଏହି ମୁହୂର୍ତ୍ତ ପାଇଁ ବିରାଟ କୋହଲିଙ୍କ ଫ୍ୟାନ୍‌ ଇମୋସନାଲ ହୋଇଯାଇଛନ୍ତି ଓ ଟ୍ଵିଟରରେ ନିଜ ଭାବନାକୁ ଜାହିର କରୁଛନ୍ତି।

ନାମିବିଆ ବିପକ୍ଷରେ ମ୍ୟାଚ୍‌ ଜିତିବା ପରେ କ୍ୟାପ୍‌ଟେନ୍‌ ବିରାଟ କୋହଲି କହିଛନ୍ତି, ଟାଇମ୍‌ ମ୍ୟାନେଜମେଣ୍ଟକୁ ଠିକ୍‌ କରିବା ପାଇଁ ଏହା ସଠିକ୍‌ ସମୟ ଥିଲା। ଆମେ ଗତ ୬-୭ ବର୍ଷ ଖୁବ୍‌ ବଢ଼ିଆ କାମ କରିଛୁ। ଏହି ଓ୍ଵାର୍ଲ୍ଡକପ୍‌ ନ ଜିତିଥିଲେ ମଧ୍ୟ ଟିମ୍‌ର ଏହି ଗ୍ରୁପ୍‌ ଭଲ କାମ କରିଛି ଓ ପରସ୍ପରର ସାଥ୍‌ ଦେଇଛି। ଯେଉଁଭଳି ଭାବେ ଆମେ ଶେଷ ୩ଟି ମ୍ୟାଚ୍‌ ଜିତିଛୁ ତାହା ଆମ ଶ୍ରେଷ୍ଠତା ଦର୍ଶାଉଛି ଓ ଆମେ ସେମିତି ହିଁ ଖେଳିଥାଉ।

ବିରାଟ କହିଛନ୍ତି, ପ୍ରଥମ ୨ଟି ମ୍ୟାଚ୍‌ରେ ଆମେ ସାହସିକତାର ସହ ଖେଳିପାରିନଥିଲୁ, ଏହି କାରଣରୁ ଆଗକୁ ଆମ ଯାତ୍ରା କଷ୍ଟକର ହୋଇଗଲା। ଏ ଅବସରରେ ବିରାଟ ଟିମ୍‌ର କୋଚ୍‌ ରବି ଶାସ୍ତ୍ରୀ ଓ ଅନ୍ୟ ସପୋର୍ଟିଂ ଷ୍ଟାଫ୍‌ଙ୍କ କଥା ମଧ୍ୟ କହିଥିଲେ। ବିରାଟ କହିଥିଲେ ଯେ ପୂରା ଟିମ୍‌ ଓ ସଦସ୍ୟ ଭଲ କାମ କରିଛନ୍ତି। ସେମାନେ ଆମ ବଡ଼ ପରିବାରର ଏକ ଅଂଶ, ଯିଏ ସବୁବେଳେ ଆମ ସହ ଅଛନ୍ତି।

ଇମୋସନାଲ ହେଲେ ବିରାଟଙ୍କ ଫ୍ୟାନ୍‌:

କ୍ୟାପ୍‌ଟେନ୍‌ ଭାବେ ବିରାଟ କୋହଲି ସୋମବାର ନିଜ ଶେଷ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ତାଙ୍କ ଫ୍ୟାନ୍‌ଙ୍କୁ ଅଧିକ ଭାବୁକ କରିଦେଇଛି। ଫ୍ୟାନ୍‌ମାନେ ଟ୍ଵିଟରରେ ନିଜ ଭାବନା ବ୍ୟକ୍ତ କରିଛନ୍ତି। ବିରାଟଙ୍କୁ ଲୋକେ କେତେ ଭଲ ପାଉଛନ୍ତି, ତାହା ଟ୍ଵିଟରର ଟ୍ଵିଟ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି। ନଜର ପକାନ୍ତୁ ସେଭଳି କେତେକ ଟ୍ଵିଟ୍‌ ଉପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.