ଟି-୨୦ ବିଶ୍ୱକପ ପୂର୍ବରୁ ଲୁକ୍‌ ପରିବର୍ତ୍ତନ କଲେ ବିରାଟ କୋହଲି, ବଦଳାଇଲେ ହେୟାର ଷ୍ଟାଇଲ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ନୂଆ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାରେ। ଟି-୨୦ ବିଶ୍ୱକପ୍‌ ପୂର୍ବରୁ ନୂଆ ହେୟାର ଷ୍ଟାଇଲ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ପୂର୍ବତନ ଅଧିନାୟକ ବିରାଟ କୋହଲି ଲମ୍ବା ସମୟ ପର୍ଯ୍ୟନ୍ତ ଖରାପ ଫର୍ମରେ ରହିଛନ୍ତି। ହେଲେ ଏସିଆ କପ୍‌ ୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରି କମବ୍ୟାକ୍‌ କରିଥିଲେ କୋହଲି। ଏସିଆ କପ୍‌ ୨୦୨୨ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ରହିଥିଲେ କୋହଲି। କୋହଲି ଏହି ଟୁର୍ନାମେଣ୍ଟରେ ୫ଟି ମ୍ୟାଚ୍‌ ଖେଳି ୨୭୬ ରନ୍‌ କରିଥିଲେ। ଏବେ ବିରାଟ କୋହଲିଙ୍କ ନଜର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଉପରେ ରହିଛି।

ଖବର ମୁତାବକ, ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୨୦ ତାରିଖରେ ମୋହାଲିରେ ଖେଳାଯିବ। ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ବିରାଟ କୋହଲି ନିଜର ହେୟାର ଷ୍ଟାଇଲ ପରିବର୍ତ୍ତନ କରିଛନ୍ତି। ବିରାଟଙ୍କ ହେୟାର ଷ୍ଟାଇଲିଷ୍ଟ ରାଶିଦ ସଲମାନୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବରାଟଙ୍କ ସହିତ ନଜର ଆସିଛନ୍ତି। ଏହା ସହିତ କ୍ୟାପସନରେ ଲେଖିଛନ୍ତି, କିଙ୍ଗ କୋହଲିଙ୍କ ନୂଆ ରୂପ । ସୋସିଆଲ ମିଡିଆରେ ବିରାଟଙ୍କ ଏହି ଲୁକ୍‌ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଯାଇଛି।

 

View this post on Instagram

 

A post shared by Rashid Salmani (@rashidtheartist)

ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ। ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍‌ ସିରିଜ ଖେଳି। ଟି-୨୦ ବିଶ୍ୱକପ ପୂର୍ବରୁ ଦୁଇଟି ଯାକ ଟିମ ପାଇଁ ଏହି ସିରିଜ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ୨୦ ସେପ୍ଟେମ୍ବରରେ ମୋହାଲିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍‌ ୨୩ ସେପ୍ଟେମ୍ବର ନାଗପୁରରେ ଖେଳାଯିବ। ଭାରତ ଅଷ୍ଟ୍ରେଲିଆ ସିରିଜର ଶେଷ ମ୍ୟାଚ୍‌ ୨୫ ସେପ୍ଟେମ୍ବରରେ ହାଇଦ୍ରାବାଦରେ ଖେଳାଯିବ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି ଏବଂ ଦୀପକ ଚହର

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା ( ଅଧିନାୟକ), କେଏଲ ରାହୁଲ ( ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ(ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ

Also Read : ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଅ, ନଚେତ୍‌ ଟି-୨୦ ବିଶ୍ୱକପ୍‌ ଭୁଲିଯାଅ: ରୋହିତଙ୍କୁ ଟାର୍ଗେଟ କଲେ ଗମ୍ଭୀର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.