ବିରାଟ କଲେ ସୂର୍ଯ୍ୟ ନମସ୍କାର, ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ହେଲେ ପ୍ରଭାବିତ

ଏସିଆ କପରେ ହଂକଂ ବିପକ୍ଷରେ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଏସିଆ କପର ସୁପର ୪ରେ ପ୍ରବେଶ କରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ହଂକଂକୁ ୪୦ ରନରେ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟରେ ହଂକଂକୁ ହରାଇବା ପରେ ଦଳ ସୁପର ୪ରେ ଏଣ୍ଟ୍ରି କରିଛି ।

ବୁଧବାର ମ୍ୟାଚରେ କୋହଲି ୩୧ତମ ଟି-୨୦ ଇଣ୍ଟରନ୍ୟାସନାଲ ଅର୍ଦ୍ଧଶତକ କରିଥିଲେ ସତ କିନ୍ତୁ ଏହି ମ୍ୟାଚରେ ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ। ହଂକଂ ବିପକ୍ଷ ମୁକାବିଲାରେ ଭାରତ ବିଜୟର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ । ସେ ମାତ୍ର ୨୬ ବଲରୁ ୬୪ ରନ୍ କରିଥିଲେ । ସେ ୬ ଛକା ଓ ୬ ଚଉକା ଲଗାଇଥିଲେ । ଶେଷ ଓଭରରେ ହିଁ ସେ ୪ ଛକା ଲଗାଇଥିଲେ । ସୂର୍ଯ୍ୟଙ୍କୁ ସାଥ୍ ଦେଇଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଉଭୟ ମିଶି ତୃତୀୟ ଓ୍ୱିକେଟ୍ ଯୋଡିରେ ୯୮ ରନ୍ କରିଥିଲେ ।

ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ଧୂଆଁଧାର ଇନିଂସ । ଫର୍ମକୁ ଫେରିଛନ୍ତି କୋହଲି । ସେ ୪୪ ବଲରେ ୫୯ ରନ୍‌ କରି ଅପରାଜିତ ରହିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ଚୌକା ଓ ଛକା ବର୍ଷା ହୋଇଥିଲା । ସେ ୨୬ ବଲରୁ ବିସ୍ଫୋରକ ୬୮ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ । ଦୁହେଁ ଶେଷ ୭ ଓଭରରେ ୯୮ ରନ୍‌ ଯୋଡ଼ିଥିଲେ । ଫଳରେ ହଂକଂ ଆଗରେ ୧୯୩ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଜବାବରେ ହଂକଂ ବି ଭଲ ଖେଳିଥିଲା । ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ ହରାଇ ୧୫୨ ରନ୍‌ କରିଥିଲା ।

ଆଉ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି କୋହଲି ଖୁବ୍ ପ୍ରଭାବିତ ହୋଇଥିଲେ । ଭାରତୀୟ ପାଳି ସରିବା ପରେ ସୂର୍ଯ୍ୟ ପ୍ୟାଭିଲିୟନ ଫେରୁଥିବା ବେଳେ କୋହଲିଙ୍କ ରିଆକ୍ସନ ସମସ୍ତଙ୍କୁ ପସନ୍ଦ ଆସିଛି । କିଙ୍ଗ୍ କୋହଲି ସୂର୍ଯ୍ୟଙ୍କୁ ମୁଣ୍ଡ ନୁଆଇଁ ସୂର୍ଯ୍ୟଙ୍କୁ ଅଭିବାଦନ ଜଣାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

ବିରାଟଙ୍କ ଏଭଳି ରିଆକ୍ସନ ଦେଖି ସୋସିଆଲ ମିଡିଆରେ ଅନେକ ପ୍ରଶଂସା ମିଳୁଛି। କ୍ରିକେଟ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ସବୁବେଳେ ବିରାଟ କୋହଲିଙ୍କୁ ଗର୍ବୀ ଏବଂ ଆଗ୍ରେସିଭ ବୋଲି କୁହାଯାଉଥିଲା। କିନ୍ତୁ ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ନିଜର ମନଭାବ ନିଶ୍ଚିତ ପରିବର୍ତ୍ତନ କରିବେ।

Also Read : ମ୍ୟାଚ୍‌ ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିନେଲେ ହଂକଂ ଟିମର କିଞ୍ଚିତ ଶାହା, ଷ୍ଟାଡିୟମରେ ପ୍ରେମିକାଙ୍କୁ କଲେ ପ୍ରପୋଜ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.