ଭାରତକୁ ଶେଷ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ପାଇଁ ଅଷ୍ଟ୍ରେଲିଆ ଦେଲା ୨୭୩ ରନ୍‌ର ଲକ୍ଷ୍ୟ

ନୂଆଦିଲ୍ଲୀ : ଲଗାତର ଚମତ୍କାର ବ୍ୟାଟିଂ କରି ଚାଲିଥିବା ଓପ୍ନର ଉସମାନ ଖ୍ଵାଜା ଏବଂ ପିଟର ହ୍ୟାଣ୍ଡସ୍କମ୍ବ ପୁଣି ଅଷ୍ଟ୍ରେଲିଆ ପାଇଁ ଭଲ ସ୍କୋର କରିଛନ୍ତି । ସେମାନଙ୍କ ଯୋଗୁଁ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୭୨ ରନ୍‌ କରିଛି ।
ଚଳିତ ସିରିଜ୍‌ରେ ଖ୍ଵାଜା ତାଙ୍କର ଦ୍ୱିତୀୟ ଶତକ କରିଥିବା ବେଳେ ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିଛନ୍ତି । ଖ୍ଵାଜା ୧୦୬ ବଲ୍‌ ଖେଳି ଠିକ୍‌ ୧୦୦ ରନ୍‌ (୧୦ ଚୌକା ଓ ୨ ଛକା) ଏବଂ ହ୍ୟାଣ୍ଡସ୍କମ୍ବ ୬୦ ବଲ୍‌ରେ ୫୨ ରନ୍‌ (୪ ଚୌକା) କରିଛନ୍ତି । ତେବେ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୨୭) ଓ ଯୁବ ଖେଳାଳି ଆଷ୍ଟନ୍‌ ଟର୍ଣ୍ଣର୍‌ (୨୦ ରନ୍‌, ୨ ଚୌକା ଓ ୧ ଛକା) ଅଳ୍ପ ରନ୍‌ରେ ଆଉଟ୍‌ ହୋଇଛନ୍ତି । ରିଚାର୍ଡ଼ସନ୍‌ ୨୯ ରନ୍‌ (୨୧ ବଲ୍‌) କରିଛନ୍ତି ।

INDIA BOWLING-2
ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ବଡ଼ ସ୍କୋର ଆଡ଼କୁ ଆଗଉଥିବା କଙ୍ଗାରୁ ଟିମ୍‌କୁ ଭାରତୀୟ ବୋଲର୍‌ମାନେ ଭଲ ବ୍ରେକ୍‌ ଦେଇଥିଲେ । ଫର୍ମକୁ ଫେରି ଭୁବନେଶ୍ୱର କୁମାର ୩ଟି ଏବଂ ଜାଡେଜା ୨ଟି ଓ୍ଵିକେଟ୍‌ ନେଇଥିଲେ । ଖ୍ଵାଜା ଆଉଟ୍‌ ହେବା ବେଳକୁ ଅଷ୍ଟ୍ରେଲିଆ ସ୍କୋର ଥିଲା ୨ ଓ୍ଵିକେଟ୍‌ରେ ୧୭୫ ରନ୍‌ । ତେବେ ଏହା ପରେ ଦଳ ୯୭ ରନ୍‌ ଭିତରେ ଶେଷ ୭ଟି ଓ୍ଵିକେଟ୍‌ ହରାଇଥିଲା ।

ସ୍କୋର : ଅଷ୍ଟ୍ରେଲିଆ-୨୭୨/୯, ୫୦, ଓଭର (ଖ୍ଵାଜା ୧୦୦, ଫିଞ୍ଚ୍‌ ୨୭, ହ୍ୟାଣ୍ଡସ୍କମ୍ବ ୫୨, ମାକ୍ସେଓ୍ଵଲ୍‌ ୧, ଷ୍ଟୋଇନିସ୍‌ ୨୦, ଟର୍ଣ୍ଣର୍‌ ୨୦, କାରେ ୩, ରିଚାର୍ଡ଼ସନ୍‌ ୨୯, କମିନ୍‌ସ ୧୫, ଲିୟନ୍‌ ଅପରାଜିତ ୧ । ଭୁବନେଶ୍ୱର କୁମାର ୧୦-୦-୪୮-୩, ସାମି ୯-୦-୫୭-୨, ଜାଡେଜା ୧୦-୦-୪୫-୨, କୁଲଦୀପ ଯାଦବ ୧୦-୦-୭୪-୧) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.