ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା,ସାମିଲ ହେଲେ ୪ଜଣ ଓଡିଆ ଖେଳାଳି

hockyଭୁବନେଶ୍ବର: ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା। ୧୮ଜଣିଆ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି ୪ଜଣ ଓଡ଼ିଆ ଖେଳାଳି। ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସ୍ଥାନ ମିଳିଛି। ଡିଫେଣ୍ଡର ଭାବରେ ଦଳରେ ସ୍ଥାନ ପାଇଛନ୍ତି ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା ସେହିପରି ମିଡ୍ ଫିଲ୍ଡର ଭାବରେ ଖେଳିବେ ନମିତା ଟପ୍ପୋ ଓ ଲିଲିମା ମିଞ୍ଜ। ରାଣୀଙ୍କ ନେତୃତ୍ୱରେ ଜୁଲାଇ ୨୧ରୁ ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଟିମ୍। ଅଗଷ୍ଟ ୫ ତାରିଖ ପର୍ୟ୍ୟନ୍ତ ଲଣ୍ଡନରେ ଖେଳାଯିବ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ। ପୁଲ୍ ବିରେ ଭାରତ ସହ ଅଛନ୍ତି ଇଂଲଣ୍ଡ, ଆମେରିକା ଓ ଆୟର୍ଲ୍ୟାଣ୍ଡ। ବିଶ୍ୱକପ୍ ପୂର୍ବରୁ ବେଙ୍ଗାଲୁରଠାରେ ଆୟୋଜିତ ଟ୍ରେନିଂ କ୍ୟାମ୍ପରେ ମୋଟ୍ ୭ ଜଣ ଓଡ଼ିଆ ଖେଳାଳି ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.