ବିଶ୍ୱକପ ରଗବୀର ପ୍ରମୋସନ ପାଇଁ କିସ୍‌ରେ ଜାପାନ ଜାତୀୟ ରଗବୀ ଆସୋସିଏସନର ଅଫିସିଆଲ

ଭୁବନେଶ୍ବର : ବିଶ୍ୱକପ ରଗବୀର ପ୍ରମୋସନ ପାଇଁ କିସ୍‌ରେ ଜାପାନ ଜାତୀୟ ରଗବୀ ଆସୋସିଏସନର ଅଫିସିଆଲ । ପ୍ରଥମ ଥର ଲାଗି ଏସିଆ ମହାଦେଶରେ ରଗବୀ ବିଶ୍ୱକପ୍‌ ଆୟୋଜିତ ହେଉଛି । ଜାପାନ୍‌ ଏହାର ଆୟୋଜନ କରୁଛି । ସେଥିପାଇଁ ସାରା ଏସିଆରେ ଏହି ଇଭେଣ୍ଟର ପ୍ରମୋସନ କରଯାଉଛି । ଭାରତରେ ଏକ ମାତ୍ର ସ୍ଥାନ, କିସ୍‌ରେ ଯେଉଁଠି ଜାପାନ ବିଶ୍ୱକପ୍‌ର ପ୍ରମୋସନ କରୁଛି । କିଛି ଜାପାନୀ ରଗବି ଅଫିସିଆଲ୍‌ ଏହି ଅବସରରେ କିସ୍‌ରେ ଭାରତୀୟ ଓ ଶ୍ରୀଲଙ୍କାର ୧୯ ବର୍ଷରୁ କମ୍‌ ରଗବି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେ । ଏହା ସହିତ ରଗବୀ ସମ୍ପର୍କରେ ଏକ୍‌ କ୍ୟାମ୍ପ ଆୟୋଜନ କରାଯିବ । ଶ୍ରୀଲଙ୍କାର ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳି କିସ୍‌ରେ ପହଁଚି ସାରିଛନ୍ତି । ଆସନ୍ତା ୧୭ ତାରିଖରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.