WTC Final : କ୍ବାରେଣ୍ଟାଇନ ୩ୟ ଦିନରେ ଅଭ୍ଯାସ କଲା ଭାରତୀୟ ଟିମ୍, ଅଲଗା ଅଲଗା ଗ୍ରୁପରେ କରୁଛନ୍ତି ଟ୍ରେନିଂ

ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚି ୩ ଦିନ କ୍ବାରେଣ୍ଟାଇନରେ ରହିଥିଲା। ଆଜି ୩ୟ ଦିନରେ ଅଭ୍ଯାସ ଜାରି କରିଛି। ଆଉ ଅଭ୍ଯାସ କରିବା ପାଇଁ ଅଲଗା ଅଲଗା ସମୟରେ ଜିମ୍ ଏବଂ ପଡିଆକୁ ଯିବାକୁ ଅନୁମତି ମିଳିଛି।

ସିନିଅର ବ୍ଯାଟସମ୍ଯାନ ଚେତେଶ୍ବର ପୂଜାରା ‘ଇନଷ୍ଟାଗ୍ରାମ ଷ୍ଟୋରୀ’ରେ ନିଜର ଜଗିଂର ଏକ ଭିଡିଓ ଅପଲୋଡ କରିଛନ୍ତି। ଜୁନ ୧୮ ରୁ ୨୨ ତାରିଖ ଯାଏଁ ସାଉଥଆମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ । ଏ ନେଇ ଉଭୟ ଟିମ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । WTC ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.