କିଏ ହେବ ବିଶ୍ୱ ଟେଷ୍ଟରେ ବେଷ୍ଟ? ଭାରତ ନା ନ୍ୟୁଜିଲାଣ୍ଡ, ଆଜି ଅନ୍ତିମ ଓ ନିର୍ଣ୍ଣାୟକ ଦିନ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲର ଆଜି ନିର୍ଣ୍ଣାୟକ ଦିନ। ଆଜି ଅତିରିକ୍ତ ଦିବସରେ ମ୍ୟାଚ୍‌ ଖେଳାଯିବ। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ମ୍ୟାଚ୍‌ର ଫଳାଫଳ ଆସିବା ସମ୍ଭାବନା ରହିଛି । ତେଣୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନଙ୍କୁ ଅତି ଦୃଢ଼ତାର ସହ ଖେଳିବାକୁ ହେବ । ଦ୍ୱିତୀୟ ଇନିଂସ୍‌ରେ ଅଳ୍ପ ରନ୍‌ କଲେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇ ବିଶ୍ୱ ଟେଷ୍ଟ ବିଜେତା ହେବାର ସ୍ୱପ୍ନ ଧୂଳିସାତ୍‌ ହୋଇଯିବ ବିରାଟ ବାହିନୀର ।

ଗତକାଲି ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ଭାରତ କରିଛି ୬୪ ରନ୍‌। ପୂଜାରା ୧୨ ଓ କୋହଲି ୮ରନ୍‌ କରି ଅପରାଜିତ ଅଛନ୍ତି । ଦଳୀୟ ସ୍କୋର ୨୪ ରନ ବେଳେ ଶୁଭମନ ଗିଲ ୮ ରନ କରି ସାଉଦିଙ୍କ ଶିକାର ହୋଇଥିଲେ । ଏହାପରେ ରୋହିତ ଶର୍ମା ଓ ପୂଜାରା କ୍ରିଜରେ ଲଢେଇ ଜାରି ରଖିଥିଲେ । ଧୈର୍ଯ୍ୟର ସହ ଆଟାକିଂ ବ୍ୟାଟିଂ କରୁଥିବା ରୋହିତ ଶର୍ମା ୩୦ ରନ କରିଥିବା ବେଳେ ସାଉଦିଙ୍କ ଦ୍ୱାରା ଆଉଟ ହୋଇଥିଲେ । ପ୍ରଥମ ଇନିଂସ୍‌ରେ ୩୨ ରନ୍‌ରେ ପଛୁଆ ଥିବା ଭାରତ ପଞ୍ଚମ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡଠାରୁ ୩୨ରନ୍‌ ଆଗରେ ରହିଥିଲା। ହାତରେ ଆଉ ୮ଟି ୱିକେଟ ବାକି ରହିଛି।

wtc-2
ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ୨୪୯ ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଭାରତ ପକ୍ଷରୁ ସର୍ବାଧିକ ୪ଟି ଓ୍ଵିକେଟ ହାସଲ କରିଥିଲେ ମହମ୍ମଦ ସାମି । ଇଶାନ୍ତ ଶର୍ମା ନେଇଥିଲେ ୩ଟି ଓ୍ଵିକେଟ୍‌ । ପ୍ରଥମ ଇନିଂସରେ ଭାରତ ୨୧୭ କରିଥିଲା ।

ତେବେ ଏହି ମର୍ଯ୍ୟାଦାଜନକ ଫାଇନାଲ୍‌ ମ୍ୟାଚ୍‌ ଡ୍ର ହେବ ନା ଫଳଫଳ ବାହାରିବ ତା ଉପରେ ସମସ୍ତଙ୍କ ନଜର। ଯଦି ମ୍ୟାଚ୍‌ ଡ୍ର ହୁଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ଚାମ୍ପିଅନ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.