ରାଉରକେଲାରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ରାଉରକେଲା(କେନ୍ଯୁଜ୍): ସେଲ୍‌ ପରିଚାଳନାଧୀନ ସମସ୍ତ ଇସ୍ପାତ କାରଖାନାରେ ଆଜି ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ଧର୍ମଘଟ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ ଟ୍ରେଡ ୟୁନିୟନ । ମଜୁରୀ ଚୁକ୍ତିନାମାରେ ସେଲ୍‌ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗରେ ଧର୍ମଘଟ କରାଯାଇଛି। ପ୍ରତିବାଦରେ ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ।

ରାଉରକେଲାରେ ବିଭିନ୍ନ ଶ୍ରମିକ ସଙ୍ଗଠନ କର୍ମକର୍ତ୍ତା RSP ମୁଖ୍ୟ ଫାଟକ ଓ ପାଓ୍ଵାର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି । ସକାଳୁ କାରଖାନା ଯାଉଥିବା ଲୋକଙ୍କୁ ଭିତରକୁ ଯିବାକୁ ଦେଇନଥିଲେ ଆନ୍ଦୋଳନକାରୀ । ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ସେପଟେ ବିଶ୍ରା ଛକରେ ମଧ୍ୟ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଉରକେଲା ଇସ୍ପାତ କାରଖାନା କତ୍ତଁପକ୍ଷ ଦର୍ମଘଟକୁ ବେଆଇନ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.