ସହରରେ ଭୁଶୁଡି ପଡିଛି ଟ୍ରାଫିକ୍ ବ୍ୟବସ୍ଥା, ପ୍ରତିବାଦରେ ୧୨ ଘଣ୍ଟିଆ ଖଡିଆଳ ବନ୍ଦ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲା ଖଡିଆଳ ସହରରେ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ଆଜି ଖଡିଆଳ ସଚେତନ ନାଗରିିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଆଜି ସକାଳ ୭ଘଂଟାରୁ ଖଡିଆଳ ସଚେତନ ନାଗରିିକ ମଞ୍ଚର କର୍ମକର୍ତାମାନେ ସ୍ଥାନୀୟ ଦୋକାନ ବଜାର ବନ୍ଦ କରିବା ସହ ସ୍କୁଲ,କଲେଜ ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି । ସେହିଭଳି ଚାରିଚକିଆ ଭାରିଜାନ ଚଳାଚଳକୁ ମଧ୍ୟ ବନ୍ଦ କରିବା ସହ ଅର୍ଥନୈତିକ ଅବରୋଧ କରିଛନ୍ତି ।

ଦୀର୍ଘଦିନ ହେଳା ଖଡିଆଳ ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢିବା ସହ ଲୋକଙ୍କ ଅକାଳରେ ଜୀବନ ଚାଳିଯାଉଛି । ଏହାକୁ ରୋକିବା ପାଇଁ ଖଡିଆଳବାସୀ ବାଇପାସ ରାସ୍ତା ନିର୍ମାଣ କରିବାକୁ ଜିଲାପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଏଯାଏଁ ବାଇପାସ ରାସ୍ତା ନିର୍ମାଣ ହୋଇପାରିନାହିଁ । ଯାହାକୁ ନେଇ ସ୍ଥାନିୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ଏହାର ପ୍ରତିବାଦରେ ଖଡିଆଳର ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.