ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍, ମହାନଦୀ ଅବବାହିକା ୧୪ ଜିଲ୍ଲାକୁ ସତର୍କତା ଜାରି
ସମ୍ବଲପୁର(କେନ୍ୟୁଜ୍): ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି।
ମହାନଦୀ ମଧ୍ୟକୁ କେହି ନ ଯିବାକୁ ପରାମର୍ଶ ଦିଆଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୫.୧୭ ଫୁଟ୍ । ପ୍ରତି ସେକେଣ୍ଡରେ ୩ଲକ୍ଷ ୯୭ ହଜାର ୪୫୧ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୧ଲକ୍ଷ ୯୨ ହଜାର ୩୩ କ୍ୟୁସେକ ଜଳ ।