ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ନଳବଣ ନିକଟରେ ଫସିଲେ ୧୭ଜଣ ପର୍ଯ୍ୟଟକ, ସୁରକ୍ଷିତ ଭାବେ କରାଗଲା ଉଦ୍ଧାର

ଟାଙ୍ଗି : ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥବା ୧୭ଜଣ ପର୍ଯ୍ୟଟକ ଚିଲିକା ମଧ୍ୟରେ ଥିବା ନଳବନ ନିକଟରେ ଅଟକିଛି ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପେରି ଫେରି ପାରୁନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାଲୁଗାଁ ଅଭିମୁଖେ ଯାତ୍ରୀ ମାନଙ୍କୁ ନିଆଯାଉଛି ।

ଗତକାଲି ଦିନବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସୋରଣ ଜେଟିରୁ କୁହୁଡି ପ୍ରତାପ ନଗର ସାହିର କିଛି ଲୋକ ଏକ ମାଛ ମରା ଡଙ୍ଗାରେ ମା କାଳିଜାଇ ଦର୍ଶନ ନିମନ୍ତେ ଯାଇଥିଲେ। ହେଲେ ସେମାନେ ଫେରିବା ସମୟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଚିଲିକା ମଧ୍ୟରେ ନଳବଣ ନିକଟରେ ଡଙ୍ଗାଟି ଫସି ରହିଥିବା ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ।

ତେବେ ଖବର ପାଇ ଚିଲିକା ଡେଭଲମେଣ୍ଟଟ ଅଥରେଟି ଓ ବାଲୁଗାଁ ଅଗ୍ନିଶମ ଅଧିକରୀ ନିତ୍ୟାନନ୍ଦ ଜେନାଙ୍କ ତତ୍ୱାବଧାନରେ ଦୁଇଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ଚିଲିକା ମଝିରେ ଅଟକ ବାହାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.